Friday, November 15, 2024

୭୭ତମ ସ୍ବାଧିନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ରୀତା ସାହୁ

ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡ଼ିୟମରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ହୋଇଥିବା ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିଛନ୍ତି। ଆଜି ଦିନରେ ଭାରତକୁ ସ୍ବାଧୀନତା ଦେଇଥିବା ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ଅବସରରେ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଅବଦାନକୁ ସ୍ମରଣ କରି ତାଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ବକ୍ତବ୍ୟ ରଖିଥିଲେ। ସ୍ବାଧିନତା ଦିବସଅବସରରେ ଚଳିତ ବର୍ଷ ମୋଟ ୩୭ ଟି ଦଳ ପ୍ୟାରେଡରେ ଭାଗ ନେଇଛନ୍ତି । ପ୍ୟାରେଡ଼ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଂସ୍କୃତିକୁ କାର୍ଯ୍ୟକ୍ରମ ପରିବେଷିତ ହୋଇଛି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଛି । ବ୍ୟୁରୋ ରିପୋର୍ଟ ବିଟିଭି ଓଡ଼ିଆ

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles