Thursday, November 14, 2024

18 ରେ ଓଡ଼ିଶାରେ ସମସ୍ତ ବ୍ଲକ କାର୍ଯ୍ୟାଳୟ ଘେରାଓ କରିବା କଂଗ୍ରେସ ଦଳ

ଅଗଷ୍ଟ 18 ରେ ଓଡ଼ିଶାରେ ସମସ୍ତ ବ୍ଲକ କାର୍ଯ୍ୟାଳୟ ଘେରାଓ କରିବା କଂଗ୍ରେସ ଦଳ I ଅହେତୁକ ଦରଦାମ ବୃଦ୍ଧି, ଆବାସ ବଣ୍ଟନରେ ବ୍ୟାପକ ଦୁର୍ନୀତି, ଚାଷୀ ମାରଣା ନୀତି, ନାରୀ ନିର୍ଯ୍ୟାତନା, ବେକାରୀ ସମସ୍ୟା, ବିଭିନ୍ନ କାର୍ଯ୍ୟାଳୟ ମାନଙ୍କରେ ବ୍ୟାପକ ପିସି କାରବାର ଭଳି ରହିବ ମୁଖ୍ୟ ପ୍ରସଙ୍ଗ I ଏହି ପରିପ୍ରେକ୍ଷୀ ରେ ଆଜି ତରଭା ଠାରେ କଂଗ୍ରେସ ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସୁବର୍ଣ୍ଣପୁର ପୂର୍ବତନ ବିଧାୟକ ବିନୋଦ ପାତ୍ର, ଜିଲ୍ଲା ଲିଗାଲ ସେଲ ପ୍ରଭାରୀ ସୁଧୀର କୁମାର ପଣ୍ଡା, ମିଡ଼ିଆ ସେଲ ରାଜ୍ୟ ଉପସଭାପତି ପ୍ରିୟବ୍ରତ ସାହୁ ଯୋଗ ଦେଇଥିଲେ I ଆସନ୍ତା ଅଗଷ୍ଟ 18 ରେ ହେବାକୁ ଥିବା ଏହି ବ୍ଲକ ଘେରାଓ କାର୍ଯ୍ୟକ୍ରମ ରେ କିପରି ଭାବରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ହୋଇପାରିବେ ସେ ନେଇ ଆଲୋଚନା ହୋଇଥିଲା I ଚଳିତ ସରକାରରେ ଅହେତୁକ ଦରଦାମ ବୃଦ୍ଧି, ଆବାସ ବଣ୍ଟନରେ ବ୍ୟାପକ ଦୁର୍ନୀତି, ଚାଷୀ ମାରଣା ନୀତି, ନାରୀ ନିର୍ଯ୍ୟାତନା, ବେକାରୀ ସମସ୍ୟା, ବ୍ୟାପକ ପିସି କାରବାର ଭଳି ବିଭିନ୍ନ ସମସ୍ୟା ଗୁଡିକ କିପରି ଲୋକଙ୍କ ନିକଟରେ ପହଞ୍ଚା ଯାଇ ପାରିବ ସେ ଉପରେ ବିସ୍ତାରରେ ଆଲୋଚନା ହୋଇଥିଲା I ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ମେମ୍ବର ଶିବ କୁମାର ଅଗ୍ରୱାଲ, ତରଭା ବ୍ଲକ ସଭାପତି କାର୍ତ୍ତିକ ନାଗ, ପ୍ରବୀଣ କୁମାର ସାହୁ, ଦଧି ଦାସ, ଗଣେଶ ଗୁରୁ ପ୍ରମୁଖ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles