Thursday, November 14, 2024

ସ୍ଵପ୍ନେଶ୍ଵର ବାବାଙ୍କ ମନ୍ଦିରରେ ପଣା ଜଳଯାୟୀ

ପବିତ୍ର ଶ୍ରାବଣ ପୂର୍ଣ୍ଣମୀ ଅବସରରେ ତରଭା ବ୍ଲକ କମସରା ଗ୍ରାମରେ ଥିବା ସ୍ଵପ୍ନେଶ୍ଵର ବାବାଙ୍କ ମନ୍ଦିରରେ ପଣା ଜଳଯାୟୀ ର ଆୟୋଜନ କରାଯାଇଛି I ସ୍ଵପ୍ନେଶ୍ଵର ବାବା ବୋଲବମ କମିଟି ଦ୍ୱାରା ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା I ପ୍ରଥମେ ଏକ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି କମସରା ମାଝିପାଲି ସ୍ଥିତ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା I ହଜାର ସଂଖ୍ୟାରେ ମହିଳାମାନେ ପଣା କଳସ ଧରି ଏହି ଶୋଭାଯାତ୍ରାରେ ବାହାରିଥିବା ବେଳେ ମହାଦେବ ଙ୍କ ଝାଙ୍କି, ଘଣ୍ଟ ଶଙ୍ଖ, ସଂକୀର୍ତନ ରେ କମ୍ପି ଉଠୁଥିଲା କମସରା ଗ୍ରାମ I ମନ୍ଦିରରେ ପହଞ୍ଚି ପୂଜାର୍ଚନା ପରେ ସମସ୍ତେ ସ୍ଵପ୍ନେଶ୍ଵର ବାବା ଙ୍କ ଲିଙ୍ଗରେ ପଣା ଅର୍ପଣ କରିଥିଲେ I ଏହି ଧାର୍ମିକ କାର୍ଯ୍ୟକ୍ରମରେ ପ୍ରାୟ 10 କ୍ୱିଣ୍ଟାଲ ଆଖୁ ବ୍ୟବହାର ହୋଇଥିଲା I ଏଥିରେ ଯୋଗେସ ମାଝି ଏବଂ ତାଙ୍କ ପତ୍ନୀ ସଂଘମିତ୍ରା ମାଝି କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପୁରୋହିତ ନିରଞ୍ଜନ ପୂଜାରୀ, ଶେଷଦେବ ଥନାପତି ପୂଜକ ଭାବେ କାର୍ଯ୍ୟ ତୁଲାଇଥିଲେ I ଦୀର୍ଘ 25 ବର୍ଷରୁ ଉର୍ଧ ହେବ ସ୍ଵପ୍ନେଶ୍ଵର ବାବାଙ୍କ ବୋଲବମ କମିଟି ଦ୍ୱାରା ଶ୍ରାବଣ ପୂର୍ଣ୍ଣମୀ ଅବସରରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା କମିଟି ସଦସ୍ୟ ମାନେ ପ୍ରକାଶ କରିଛନ୍ତି I ସ୍ଵପ୍ନେଶ୍ଵର ବାବାଙ୍କ ବୋଲବମ କମିଟି ସଭାପତି ରମେଶ ପଣ୍ଡା, ଉପସଭାପତି ଦୀନେଶ ମାଝି, ସମ୍ପାଦକ ମିନୁ ସାହୁ, କୋଷାଧକ୍ଷ ରିନଟୁ ରଣା, ଗୁପ୍ତେଶ୍ୱର ରଣା, ରାଜୁ ଦାସ, ଜୟସିଂ କୁଅଁର,ରାଜୁ ସାହୁ, କମିଟି ସଦସ୍ୟ ତଥା ଗ୍ରାମବାସୀ ଙ୍କ ତତ୍ୱାବଧାନରେ ଏହି ଧାର୍ମିକ କାର୍ଯ୍ୟ ସଫଳ ହୋଇଥିଲା I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles