Friday, November 15, 2024

ତରଭା ଥାନା ପରିସରରେ ଆମ ପୋଲିସ ସମିତି ବୈଠକ

ଶନିବାର ପୂର୍ବାହ୍ନ 11 ଘଣ୍ଟା 30 ମିନିଟ ସମୟରେ ତରଭା ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଆଇଆଇସି ଅନିତା କିଡୋ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସଆଇ ଆରତୀ କହଁର,ମେଣ୍ଡା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ସାହୁ ମଞ୍ଚାସିନ ରହିଥିଲେ। ଦିନକୁ ଦିନ ସାଇବର ଅପରାଧୀ ବଢ଼ିବାରେ ଲାଗିଛି I ଲୋକେ ବହୁ କଷ୍ଟରେ ଅର୍ଜନ କରିଥିବା ଧନକୁ ସାଇବର ଠକମାନେ ଲୁଟିବାର ନାନା ପ୍ରୟାସ କରୁଛନ୍ତି I ଫୋନକଲ ମାଧ୍ୟମରେ ଠକାମି କରି ଏଟିଏମ ସିକ୍ରେଟ ନମ୍ବର, ବ୍ୟାଙ୍କ ଡିଟେଲ, ଆଧାର ପ୍ୟାନ ଭଳି ବହୁ ଗୁରୁତ୍ୱପୂର୍ଣ ତଥ୍ୟ ଚାଲାକି କରି ଜାଣିପାରି ଟଙ୍କା ଠକି ନେଉଛନ୍ତି I ଏଥିରୁ ସୁରକ୍ଷିତ ରଖିବା ସେଥିପାଇଁ ରାଜ୍ୟ ପୋଲିସ ପକ୍ଷରୁ ଏକ ସଚେତନତା ରଥ ଗାଁ ଠୁ ସହର ବୁଲି ବୁଲି ଲୋକଙ୍କୁ ସଚେତନ କରୁଛି I ସେହିପରି ଅକ୍ଟୋବର ୭ ତାରିଖ ଏକ ସଚେତନତା ରଥ ତରଭାକୁ ଆସିବ ବୋଲି ଆଇଆଇସି ଶ୍ରୀମତୀ କିଡୋ ବୈଠକରେ ସଭ୍ୟ ମାନଙ୍କୁ ସୂଚନା ଦେଇଥିଲେ। ଏହି ରଥ ଖାରି, ତରଭା ନୁଆଁପଡା ଛକ,ବାଳକ ହାଇସ୍କୁଲ, ଦୁର୍ଗା ମଣ୍ଡପ ଛକ,ଏଇଏସ କଲେଜ ଓ ଅନ୍ତର୍ଡ।ରେ ଏଲଇଡି ଲାଇଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବ। ଏହା ବ୍ୟତୀତ ବୈଠକରେ ତରଭା ସହରର ଟ୍ରାଫିକ ସମସ୍ୟା, ବୁଲା ଗୋରୁ ଗାଈ ସମସ୍ୟା,ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ସହରର ଅନେକ ଗାଡି ମାଲିକ ସେମାନଙ୍କ ଚାରି ଚକିଆ ଗାଡି ରାସ୍ତା କଡରେ ପାର୍କିଂ କରି ରଖୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଏଭଳି ଗାଡି ମାଲିକଙ୍କ ଉପରେ ଚାଲାଣ କାଟିବା ସହ ବହୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବୈଠକରେ ସାମ୍ବାଦିକ ଅଶୋକ ସାହୁ, ମାନଭଞ୍ଜନ ମିଶ୍ର, ରାଜକୁମାର ମାହାଣା,କଲ୍ୟାଣ ନାଏକ,ଅକ୍ଷୟ ବାଘ, ଭୋଲା କୁମାର ବର୍ମା,ସୁକାନ୍ତ ମିଶ୍ର ,ପୂର୍ବତନ ନଗରପାଲ ଶୈଳେନ୍ଦ୍ର ସାହୁ, ଜୟପ୍ରକାଶ ନାରାୟଣ ସାହୁ,କାନ୍ତାନାଥ ସରାଫ, ଏଇଏସ ମହାବିଦ୍ୟାଳୟ ଲାଇବ୍ରେରୀଏନ ଦେବେନ୍ଦ୍ର କୁମାର ନାଏକ,ରାମ ନାଏକ,ରାମ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles