ତରଭା ଥାନା ଅନ୍ତର୍ଗତ ଅର୍ଡ। ଗ୍ରାମର କବି ସରଭଙ୍ଗର ପୁଅ ନିମାଇଁ ସରଭଙ୍ଗ(୨୫) ଗୁରୁବାର ଆତ୍ମହତ୍ୟା କରିଥିବା ଜଣାଯାଇଛି। ତରଭା ପୁଲିସ ସୁତ୍ରରୁ ପ୍ରକାଶ ଯେ ଅର୍ଡା ଗ୍ରାମର ନିମାଇଁ ସରଭଙ୍ଗ କମସରା ଗ୍ରାମରେ ଥିବା ହରିଜନ ପଡାରେ ତାଙ୍କର ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଆଜି ପୂର୍ବାହ୍ନ ପ୍ରାୟ ୯ ଘଣ୍ଟା ସମୟରେ ସେ ନିଜ ବେକରେ ଓଢ଼ଣୀ ଲଗାଇ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଅଖାପାଖ ଲୋକେ ସଙ୍ଗେ ସଙ୍ଗେ ଓଢ଼ଣୀ ଖୋଲିଥିଲେ । ହେଲେ ସେତେ ବେଳକୁ ନିମାଇଁଙ୍କ ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରାଙ୍କ କିଛି ପୁଲିସ କର୍ମୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ । ପୁଲିସ ଶବ ଜବତ କରିବା ସହିତ ତରଭା ଥାନା କେସ ନ.୧୩/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ତରଭା ଡାକ୍ତରଖାନାକୁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା I ମୃତ ନିମାଇଁ ସରଭଙ୍ଗ ଜଣେ ମାନସିକ ରୋଗୀ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ପ୍ରକାଶ ଥାଉ କି ମୃତକ ନିମାଇଁ ସରଭଙ୍ଗ ର ପିତା କବି ସରଭଙ୍ଗ ଜଣେ କୁଖ୍ୟାତ ଡକାୟତ ଭାବରେ ପୋଲିସ ରେକର୍ଡ ରହିଛି I ତେବେ ଏହି ଘଟଣା କୁ ନେଇ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ଆଇଆଇସି ଅନିତା କିଡୋ ପ୍ରକାଶ କରିଛନ୍ତି ।