Friday, November 15, 2024

ଆବାସ ଯୋଜନାରୁ ବାଦ ପଡିଥିବା SHG ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନେ କିପରି ସ୍ୱାବଲମ୍ବି ହେବେ ସେଥିପାଇଁ ମିଶନ ଶକ୍ତି ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅନେକ ଯୋଜନା ପ୍ରେରଣ କରୁଛନ୍ତି I ହେଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରକ୍ସା ଗ୍ରାମ ପଂଚାୟତର ହିଙ୍ଗମା ଗ୍ରାମରେ ଗୋଟିଏ ଗୋଷ୍ଠିର ମହିଳାମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଗାଁର ଅନେକ ମହିଳାଙ୍କ ନାମ ଆବାସ ଯୋଜନା ତାଲିକାରେ ଥିଲେ ମଧ୍ୟ ସରକାରୀ ବାବୁମାନେ ସେମାନଙ୍କ ନାମକୁ ବାଦଦେଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ହିଙ୍ଗମା ଗାଁର କିଛି ମହିଳା ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଭେଟିଛନ୍ତି । ସେମାନଙ୍କ ତୁରନ୍ତ ଗ୍ରାମୀଣ ଆବାସ ଯୋଜନାରେ ସାମିଲ କରିବାକୁ ସେମାନେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles