Friday, November 15, 2024

ପୁଣି ଆଉ ଜଣେ ଗଞ୍ଜେଇ ଚାଲାଣକାରୀଙ୍କୁ ଦଶ ବର୍ଷ ଜେଲ ଦଣ୍ଡାଦେଶ

ଦିର୍ଘ କିଛିଦିନ ହେବ ସୁବର୍ଣ୍ଣପୁର ଜିଲ୍ଲା ର କିଛି ପୋଲିସ କର୍ମୀ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହୋଇଛି I ହେଲେ ଏହାରି ଭିତରେ ଗଞ୍ଜେଇ ଚାଲାଣ ନେଇ ତରଭା ଥାନାରେ ହୋଇଥିବା ଦୁଇଗୋଟି ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି I ପ୍ରାପ୍ତ ସୂଚନା ମୁତାବକ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନାରେ ଗତ 2014 ବର୍ଷ ରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ କେସ ନମ୍ବର 147/14 ରେ ମାମଲା ରୁଜୁ ହୋଇଥିଲା I ଉକ୍ତ ଘଟଣାରେ ଗୋଟିଏ ବୋଲେରା ସହ 50 କେଜି 450 ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ବରଗଡ଼ ଜିଲ୍ଲା ବରପାଲି ଥାନା ହାଟପଦାର ଅନନ୍ତ ମେହେର ଏଵଂ ବୌଦ୍ଧ ଜିଲ୍ଲା କଣ୍ଟାମଳ ଥାନା ମଲିକୁଦ ଅଂଚଳର କୁରୁପତି ରଣାକୁ କୋର୍ଟ ଚାଲାଣ କରାଯାଇଥିଲା I ତେବେ ଉକ୍ତ ମାମଲା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ବିଚାରାଧିନ ରହିଥିଲା I ଦଶ ଜଣ ସାକ୍ଷ୍ୟ ପ୍ରମାଣ ଆଧାର ରେ ଜିଲ୍ଲା ଓ ଦୌରା ଜଜ ରଶ୍ମି ରଞ୍ଜନ ଆଚାର୍ଯ୍ୟ ଅଭିଯୁକ୍ତ ଦ୍ବୟ କୁ ଦୋଷୀ ସାବ୍ୟସ୍ତ କରି 10 ବର୍ଷ ଲେଖାଏଁ ଜେଲ ଦଣ୍ଡ ଏବଂ ଏକ ଲକ୍ଷ ଟଙ୍କା ଜରିମାନା ଦେବାକୁ ରାୟ ଶୁଣାଇଥିଲେ I ସେହିପରି ଗତ 12 ଡିସେମ୍ବର 2015 ବର୍ଷ ଆଉ ଏକ ଗଞ୍ଜେଇ ଚାଲାଣ ମାମଲାରେ ତରଭା ଥାନାରେ କେସ ନମ୍ବର 227/15 ରେ ମାମଲା ରୁଜୁ ହୋଇଥିଲା I ଏହି ଘଟଣାରେ ବ୍ରାହ୍ମଣୀ ଗ୍ରାମ ନିକଟରୁ ଗୋଟିଏ ବାଇକ ରେ 54 କେଜି 950 ଗ୍ରାମ ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସହ ଅଭିଯୁକ୍ତ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଭଣ୍ଡାରପୁର ଗ୍ରାମର ଡମ୍ବରୁ ମହାପାତ୍ର କୁ କୋର୍ଟ ଚାଲାଣ କରାଯାଇଥିଲା I ତେବେ ଏହି ଘଟଣାରେ ସାକ୍ଷ ପ୍ରମାଣ ଆଧାରରେ ସୁବର୍ଣ୍ଣପୁର ଅତିରିକ୍ତ ଦୌରାଜଜ ପୁର୍ଣିମା ଜେନା ଅଭିଯୁକ୍ତକୁ 10 ବର୍ଷ ଦଣ୍ଡାଦେଶ ସହ ଏକଲକ୍ଷ ଜାରିମାନା ଏବଂ ଅନାଦେୟ ଏକବର୍ଷ ଅଧିକ ଭୋଗିବାକୁ ରାୟ ଶୁଣାଇଛନ୍ତି I ପ୍ରକାଶ ଥାଉ କି ତରଭା ଥାନା ତତ୍କାଳୀନ ଆଇଆଇସି ଶ୍ରୀକାନ୍ତ କୁମାର ତ୍ରିପାଠୀଙ୍କ ପ୍ରତକ୍ଷ ତତ୍ଵଧାନରେ ପୋଲିସର ଏକ ଟିମ ଉଭୟ ମାମଲାରେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲା I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles