କୋଶଲ ସମନ୍ୱୟ ସମିତି ତରଫରୁ କୋଶଲ ମହାବନ୍ଦ ଡ଼ାକରାରେ ସମଗ୍ର ପଶ୍ଚିମ ଓଡିଶା ଗାଁ ଠୁ ସହର ଦୋକାନ ବଜାର ଅଖ ଚକ ବନ୍ଦ ରହିଥିବା ବେଳେ ଆଜି ତରଭା ତଥା ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି I ଶନିବାର ସକାଳ 6 ଘଣ୍ଟା ସମୟରୁ ବହୁ ସଂଖ୍ୟାରେ କୋଶଲ ସମନ୍ୱୟ ସମିତି ସଦସ୍ୟମାନେ ତରଭା ସହର ରେ ପିକେଟିଂ କରିଥିଲେ I କୋଶଲ ପ୍ରେମୀ ଯୁବ ବର୍ଗ ତଥା ତରଭା ମାହେଶ୍ୱରୀ ସଂଗଠନ ପାରମ୍ପରିକ ଦୁଲଦୁଲି ବାଦ୍ୟ ଧରି ତରଭା ସହର ପରିକ୍ରମା କରି ବନ୍ଦ ପାଳନ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ I ବନ୍ଦ ର ପ୍ରଭାବରେ ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ , ସ୍କୁଲ କଲେଜ, ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା I ପାରମ୍ପରିକ ଦୁଲଦୁଲି ବାଦ୍ୟ, ଜୟ କୋଶଲ, ଅଲଗା କୋଶଲ ରାଜ୍ୟ ଆମର ଦାବି, ଜୟ ମା ସମଲେଇ ଆଦି ସ୍ଲୋଗାନରେ କମ୍ପି ଉଠୁଥିଲା ତରଭା ସହର I ଏହାର ପ୍ରଭାବ ଏତେ ବ୍ୟାପି ଥିଲା ଯେ ତରଭା ଆଖପାଖ ଗ୍ରାମୀଣ ଅଂଚଳରେ ମଧ୍ୟ ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ ରହିଥିଲା ରହିଥିଲା I ଏହି ମହାବନ୍ଦ ପାଳନରେ ଶିବ କୁମାର ଅଗ୍ରୱାଲ, ଭୋଲା କୁମାର ବର୍ମା,ସୁରେଶ ଚନ୍ଦ୍ର ମହଲା, kanhu ଚରଣ ଦାସ, ଅଶୋକ କୁମାର ସାହୁ, ମାହେଶ୍ୱରୀ ସଂଗଠନର ପ୍ରଦୀପ କୁମାର ମେହେର, ଆୟୁଷ ଅଗ୍ରୱାଲ, ଦିନ ବାଘ, ଦୀପକ ମେହେର ପ୍ରମୁଖ ସାମିଲ ଥିବା ବେଳେ ସେହିପରି ସରଗଜ ଗ୍ରାମରେ ପବିତ୍ର କୁମାର ମିଶ୍ର, ସୁକାନ୍ତ ମିଶ୍ର,କଲ୍ୟାଣ ନାଏକ, ରାଜ ନାଏକ ଙ୍କ ସମେତ ବହୁ କୋଶଲ ପ୍ରେମୀ ଯୋଗଦାନ କରିଥିଲେ I