ତରଭା ଠାରେ ଚଳିତ ବର୍ଷ ହେକବୁଥିବା ଧନୁଯାତ୍ରା ମହୋତ୍ସବ ପାଇଁ ମଙ୍ଗଳବାର ଅପରାହ୍ନରେ ଖେଳ ପଡ଼ିଆଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଆଇନଜୀବି ଆଦିକନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ତରଭା ସହରର ବହୁ ବୁଦ୍ଧିଜୀବୀ ସାମିଲ ରହିଥିଲେ I ଆସନ୍ତା ଡିସେମ୍ବର 31 ତାରିଖରୁ ଜାନୁଆରୀ 8 ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ଚାଲିବ ନେଇ ସର୍ବସମ୍ମତିରେ ନିଷ୍ପତି ହୋଇଥିଲା I ଚଳିତ ବର୍ଷ ମଧ୍ୟ କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଶୀଲ ମେହେରଙ୍କୁ ନିମନ୍ତ୍ରଣ କରାଯିବ ନେଇ ପ୍ରସ୍ତାବ ନିଆଯାଇଥିଲା I ଏବର୍ଷ ମଧ୍ୟ ସୁରୁଖୁରୁରେ ବିନା ବାଧାବିଘ୍ନରେ କିପରି ଧନୁଯାତ୍ରା ହେବ ସେ ନେଇ ନାନା ପ୍ରକାର ଆଲୋଚନା ହୋଇଥିଲା I ଏହି ବୈଠକରେ ସଭାପତି ଶ୍ରୀ ପାଣିଗ୍ରାହୀଙ୍କ ସମେତ ଆବାହକ ସନ୍ତୋଷ କୁମାର ସାହୁ, ନାରାୟଣ ମେହେର, ଆକବର ଅଲ୍ଲୀ, ଜୟପ୍ରକାଶ ନାରାୟଣ ସାହୁ, ଦେବେନ୍ଦ୍ର କୁମାର ନାଏକ, ପ୍ରଦୀପ କୁମାର ମେହେର, ମାଧବ ସାହୁ, ସଞ୍ଜୟ ମାହାଣା ପ୍ରମୁଖ ଉପସ୍ଥିତ ରହିଥିଲେ I