Friday, November 15, 2024

ବ୍ଲକ ଚାଷୀ ସମୂହ ଦ୍ୱାରା ତହସିଲଦାର କାର୍ଯ୍ୟାଳୟ ଘେରାଓ

ବାତ୍ୟା ମିଗଜୋମ ପ୍ରଭାବରେ ଲଗାଣ ବର୍ଷା ହେବାରୁ ଧାନ ଫସଲ ବହୁ କ୍ଷତି ହୋଇଥିବା ନେଇ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଚାଷୀ ସମୂହ ମିଳିତ ଭାବେ ଶୁକ୍ରବାର ତହସିଲଦାର କାର୍ଯ୍ୟାଳୟ ଘେରାଓ କରିଥିଲେ I ଚାଷୀ ସମୂହ ଏକ ରେଲିରେ ବାହାରି ତରଭା ମୁଖ୍ୟ ରାସ୍ତା ଦେଇ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ I କାର୍ଯ୍ୟାଳୟ ଆଗରେ ଚାଷୀମାନେ କ୍ଷତିପୂରଣ ଦାବି, କୃଷିରଣ ଛାଡ଼ କରିବା, କଟଣି ଛଟଣି ବନ୍ଦ କରିବା, ମିଲର୍ସ ମନାମାନୀ ବନ୍ଦକରିବା ଭଳି ସ୍ଲୋଗାନ ଦେଇଥିଲେ I ଅନ୍ୟପଟେ ଧାନ ମଣ୍ଡି ଖୋଲିବା ବିଳମ୍ବ ହେବା ଫଳରେ ଚାଷୀର ଚିନ୍ତା ଆହୁରି ବଢ଼ି ଯାଇଛି I ଶୀଘ୍ର ଧାନମଣ୍ଡି ଖୋଲିବା ସହ ଉଚିତ ଆକଳନ କରି ଚାଷୀଙ୍କୁ କ୍ଷୟକ୍ଷତି ପୁରାଣ ଦେବା,ବୀମାଭୁକ୍ତ ଚାଷୀଙ୍କୁ କ୍ଷୟକ୍ଷତି ଅନୁସାରେ ତୁରନ୍ତ କ୍ଷତିପୂରଣ ଦେବା, ମଣ୍ଡି ମିଲର୍ସ ମନାମାନୀ ରୋକିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିବା ଏବଂ ଏଥିରେ ଚାଷୀଙ୍କୁ ସାମିଲ କରିବା , ବିଭିନ୍ନ ଜଳାଶୟ ପୁନରୁଦ୍ଧାର ସହ ବନ୍ଦ ଥିବା ଲିପ ପଏଣ୍ଟ ଗୁଡିକ ଚାଲୁ କରିବା ଭଳି 4 ଦଫା ଦାବିପତ୍ର ତହସିଲଦାର ଙ୍କୁ ପ୍ରଦାନ କରିଛନ୍ତି I ପ୍ରଶାସନ ତୁରନ୍ତ ଏ ଦିଗରେ ଧ୍ୟାନ ନ ଦେଲେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି I ଚାଷିସମୂହ ତରଭା ଠାରେ ଥିବା କୃଷି କାର୍ଯ୍ୟାଳୟ ଅଧିକାରୀଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles