ତରଭା : ପ୍ରଦେଶ କଂଗ୍ରେସର ମଣ୍ଡି ଚାଲ ଅଭିଯାନ କୁ ନେଇ ଆଜି ରାଜ୍ୟ କିସାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟନାୟକ ଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଜିଲ୍ଲା କିସାନ କଂଗ୍ରେସ ର ପ୍ରତିନିଧି ମଣ୍ଡଳୀ ତରଭାରେ ଥିବା ଧାନମଣ୍ଡି ଗସ୍ତ କରିଥିଲେ I ଧାନମଣ୍ଡିରେ ରହିଥିବା ବିଭିନ୍ନ ପ୍ରକାରର ସମସ୍ୟା ବିଷୟରେ ପ୍ୟାକ୍ସ ସଭାପତି ସଂସିତ ସାହୁ, ସେକ୍ରେଟେରୀ ଦୌ ଲଥ ସା ଏବଂ ଉପସ୍ଥିତ ଚାଷୀଙ୍କ ସହ ଆଲୋଚନା କରିଥିଲେ I ସରକାର ଧାନ ମଣ୍ଡି ଖୋଲିବାରେ ବିଳମ୍ବ କରିଥିବାରୁ ଚାଷୀକୁ ବହୁ କ୍ଷତି ସହିବାକୁ ପଡୁଛି I ଚାଷୀ ଅମଳ କରିଥିବା ଧାନ ଅଧାରୁ ଅଧିକ ବାଧ୍ୟ ହୋଇ ଅଭାବୀ ଦରରେ ବିକ୍ରି କରୁଛି I ଚାଷୀକୁ ତାର ଧାନର ଉଚିତ ମୂଲ୍ୟ ଦିଆଯାଉ ନାହିଁ I ଧାନ କିଣାରେ ତାରତମ୍ୟ ରଖି 13 ଏବଂ 19 କ୍ୱିଣ୍ଟାଲ ବଦଳରେ ଚାଷୀ ଅମଳ କରିଥିବା ସମସ୍ତ ଧାନ କିଣା ଯାଉ ବୋଲି ଶ୍ରୀ ପଟନାୟକ କହିଥିଲେ I ଏହାସହ ବାତ୍ୟା ମିଗଜୋମ ଫଳରେ ହୋଇଥିବା କ୍ଷତି ପାଇଁ ଚାଷୀଙ୍କୁ ଏକର ପ୍ରତି 25 ହଜାର ଟଙ୍କା, କୃଷି ଋଣ ଛାଡ଼, ରଙ୍ଗ ଫିକା ପଡିଥିବା ଧାନ ପାଇଁ 600 ତାଙ୍କ ବୋନସ ପ୍ରଦାନ କରିବା ନେଇ ଦାବି କରିଛନ୍ତି I ଆଜିର ଏହି ଗସ୍ତ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କିସାନ କଂଗ୍ରେସ ସମ୍ପାଦକ ସ୍ଵପ୍ନେଶ୍ଵର ପୁଷ୍ଟି, ସୁବର୍ଣ୍ଣପୁର ଜିଲ୍ଲା କିସାନ କଂଗ୍ରେସ ସଭାପତି ନରେନ୍ଦ୍ର ପଣ୍ଡା, ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ପୂର୍ବତନ ପିସିସି ସଭ୍ୟ ଶିବ କୁମାର ଅଗ୍ରୱାଲ, ରାଜେନ୍ଦ୍ର ମେହେର ଲଖମଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ