ତରଭା : ପଞ୍ଚସ୍ତରୀ ତମ ବନ ମହୋତ୍ସବ ପାଳନ ଅବସରରେ ଶନିବାର ଯେଏମଏଫସି କୋର୍ଟ ତରଭା ଏବଂ ତରଭା ବ୍ଲକ କୁମ୍ଭାରମୁଣ୍ଡା ସେକ୍ସନ ବନ ବିଭାଗର ମିଳିତ ଆନୂକଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପେଡ ମା କେ ନାମ ଆହ୍ୱାନ କ୍ରମେ ଆଜିର କାର୍ଯ୍ୟକ୍ରମରେ ଯେଏମଏଫସି କୋର୍ଟ ର ବିଚାରପତି ଗିରିଜା ଶଙ୍କର ବାଘ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ I ପ୍ରଥମେ ଜବାହାର ନବୋଦୟ ବିଦ୍ୟାଳୟ ଶମ୍ବୁଖରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା I ସମସ୍ତେ ମିଶି ନିମ୍ବ, କରଞ୍ଜ, ଅଶୋକ, ଆମ୍ବ ଇତ୍ୟାଦି ଚାରା ରୋପଣ କରାଯାଇଥିଲା I ପରେ ଯେଏମଏଫସି କୋର୍ଟ ପରିସରରେ ମଧ୍ୟ ସମସ୍ତେ ମିଶି ବୃକ୍ଷ ରୋପଣ କରିଥିଲେ I ଏଥିରେ ଶ୍ରୀ ବାଘଙ୍କ ସମେତ ବନ ରକ୍ଷିତ ବନମାଲୀ ପାଣ୍ଡେ, ବନ କର୍ମଚାରୀ ଜୟନାରାୟଣ ମିଶ୍ର, ପୁଷ୍ପାଞ୍ଜଳି ଭୋଇ, ସ୍ୱାଧୀନ ଦଳବେହେରା, କୁଞ୍ଜ ବିହାରୀ କୁଅଁର, ଅଜିତ ରଣା, ଯେଏମଏଫସି ମୁଖ୍ୟ କିରାଣୀ ଶୁଭଦର୍ଶିନୀ ମିଶ୍ର, ତେଜରାଜ କୁଅଁର, ଫକୀର ଗାଡ଼ତିଆ, ଦେବାଶିଷ ମିଶ୍ର, ଆଇନଜୀବୀ ସୁବିଜ୍ଞ ଦରୁଆନ, ସତ୍ୟ ନାଏକ, ଉମେଶ ନାଏକ, ଅମିତ ନିୟାଲି ପ୍ରମୁଖ ଉପସ୍ଥିତ ରହିଥିଲେ I