Thursday, November 14, 2024

ପିକ୍‌ଅପ ଧକ୍କାରେ ତିନି ମୃତ ଦୁର୍ଘଟଣା ନୁହେଁ ଏହା ଏକ ହତ୍ୟା କାଣ୍ଡ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଁ ମେଟାକାନି ମନ୍ଦୀର ନିକଟରେ ଗତ ୨୫ ତରିଖରେ ଘଟିଥିବା ପିକ୍‌ଅପ ଧକ୍କାରେ ତିନି ମୃତ ଘଟଣା ଦୁର୍ଘଟଣା ନୁହେଁ ଏହା ଏକ ହତ୍ୟା କାଣ୍ଡ ବୋଲି ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ବରଗଡ ଜିଲ୍ଲା ସଦର ମୁନାବନ୍ଧପଡା ର ଦିପକ ଚୈାଧୁରୀ ବୋଲି ଜଣା ପଡିଛି । ଅଭିଯୁକ୍ତ ଦିପକ ଠାରୁ ଗୋଟିଏ ବୋଲେରୋ ପିକଅପ , ତିନୋଟି ମୋବାଇଲ ଆଦି ଜବତ କରିଛି ସୋନପୁର ପୋଲିସ । ଅଭିଯୁକ୍ତ ଙ୍କ ସହ ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକଙ୍କ ପୂର୍ବରୁ କୈାଣସି ଏକ ବିଦ୍ୟୁତ ତାର ଚୋରୀ ଘଟଣା କୁ ନେଇ ମତାନ୍ତର ଥିବା ଯୋଗୁଁ ତାଙ୍କୁ ଗାଡିରେ ମଡାଇ ମାରିଦେଇଥିବା ବୋଲି ପୋଲିସ ସୂଚନା ପ୍ରଦାନ କଟିଛି । ଏହି ଘଟଣାରେ ଉଲୁଣ୍ଡା ବ୍ଲକ ଅଁଇଲାଛାଟ ଗାଁର ରାଜେଶ କୁମ୍ଭାର ,ନାରାୟଣଟିକ୍ରା ଗାଁର ଦେବାନନ୍ଦ ସୃଜଳ ଓ ବଲପାଲୀ ଗାଁର ସୁଶାନ୍ତ ସହୁ ମୃତ୍ୟୁ ବରଣ କରିଥିଲେ । ତେବେ ଦିପକ ର ଭାଇ ମଧ୍ୟ ଏଥିରେ ସଂଶ୍ଲୀଷ୍ଟ ଥିବା ବେଳେ ତାକୁ ଧରିବାକୁ ପୋଲିସ ତିନୋଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି ବୋଲି ଏକ ସାମ୍ଭାଦିକ ସମ୍ମୀଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles