Thursday, November 14, 2024

ବନ୍ଦେ ଭାରତ ଟ୍ରେନ୍ ର ଭବ୍ୟ ସ୍ୱାଗତ

ଛତିଶଗଡ଼ ରାଜ୍ୟ ଦୁର୍ଗ ସହର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ କନଫ୍ରେସ ଜରିଆରେ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହାକୁ ନେଇ କଣ୍ଟାବାଞ୍ଜି ରେଳ ଷ୍ଟେସନ ପରିସରରେ ଏକ ଭବ୍ୟ ସ୍ୱାଗତ ସମାରୋହ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ,ମଣ୍ଡଳ ରେଲ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ,ରେଲ ବିଭାଗ ଡିଆଇଜି ଭବାନୀ ଶଙ୍କର ନାଥ, ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ବନ୍ଦେ ଭାରତ ଟ୍ରେନ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପହଞ୍ଚିବା ପରେ ସମସ୍ତେ ମିଶି ଭବ୍ୟ ସ୍ୱାଗତ କରିଥିଲେ I କଣ୍ଟାବାଞ୍ଜି ଭଳି ବ୍ୟବସାୟିକ କେନ୍ଦ୍ରରେ ବନ୍ଦେ ଭାରତ ଟ୍ରେନ ର ଷ୍ଟପେଜ ଦେଇଥିବାରୁ ଅଞ୍ଚଳବାସୀ ବେଶ ଖୁସି ବ୍ୟକ୍ତ କରିଥିଲେ I ଲୋକେ ଟ୍ରେନ ରେ ବସି ଏହାର ର ଆନନ୍ଦ ଅନୁଭବ କରିଥିଲେ I ପ୍ରଧାନମନ୍ତ୍ରୀ ମୋଦି ଓଡିଶା ପ୍ରତି ଧ୍ୟାନଦେଇ ବହୁ ଉନ୍ନତି ମୂଳକ ଯୋଜନା କରିବା ସହ ବଲାଙ୍ଗୀର କଣ୍ଟାବାଞ୍ଜି ଅଂଚଳରେ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରାୟ ସାତଶହ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଏଥିପାଇଁ ଅଂଚଳ ଲୋକେ ବହୁତ ସୁବିଧା ପାଇବେ ବୋଲି ସାଂସଦ ପ୍ରକାଶ କହିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles