ଆଜି ହେଉଛି ଜାତୀୟ ଆଇନ ସେବା ଦିବସ I ପ୍ରତିବର୍ଷ ନଭେମ୍ବର 9 ତାରିଖରେ ଏହା ପାଳନ କରାଯାଏ | ଏହି ଦିନ ଆଇନଗତ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ସମସ୍ତ ନାଗରିକ ନ୍ୟାୟ ପାଇବାକୁ ସୁନିଶ୍ଚିତ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥାଏ I ଏହାକୁ ନେଇ ଆଜି ତରଭା ବାଳକ ବିଦ୍ୟାଳୟ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳନ କରାଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ତରଭା jmfc କୋର୍ଟ ବିଚାରପତି ଗିରିଜା ଶଙ୍କର ବାଘ ଯୋଗ ଦେଇଥିବା ବେଳେ ତରଭା ଓକିଲ ସଂଘ ସଭାପତି ସୁରେଶ ଚନ୍ଦ୍ର ମହଲା, ଆଇନଜୀବି ସୁବିଜ୍ଞ ଦରୁଆନ, ବଳକା ବିଦ୍ୟାଳୟର ଶିକ୍ଷକ ଶତ୍ରୁଘନ ନାଏକ ଅତିଥିଭାବେ ମଞ୍ଚାସିନ ରାହିଥିଲେ I ମଞ୍ଚାସିନ ଅତିଥି ଏବଂ ଉପସ୍ଥିବ ଆଇନଜୀବୀ ମାନେ ଜାତୀୟ ଆଇନ ସେବା ଦିବସ ଉପରେ ବିସ୍ତାରରେ ପିଲାମାନଙ୍କୁ ଅବଗତ କରାଇଥିଲେ I ବିଶେଷକରି ଗରିବ, ଖଟିଖିଆ, ଅସହାୟ, ଦଳିତ ସମ୍ପ୍ରଦାୟ ଭଳି ବହୁ ବର୍ଗର ଲୋକେ ଯେଉଁମାନେ ଆଇନଗତ ସେବାରୁ ବଞ୍ଚିତ ରହୁଛନ୍ତି ସେମାନଙ୍କୁ ମାଗଣାରେ ଆଇନସେବା ଯୋଗାଇଦେବା ଏହାର ମୂଳଲକ୍ଷ ବୋଲି କହିଥିଲେ | ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ହନୁମାନ ପ୍ରସାଦ ମିଶ୍ର, ସତ୍ୟ ନାଏକ, ଉମେଶ ନାଏକ, ରାଜକିଶୋର ନନ୍ଦ, jmfc ଷ୍ଟାଫ ତେଜରାଜ କୁଅଁର , ବିଦ୍ୟାଳୟର ଶିକ୍ଷକ ସତ୍ୟବ୍ରତ ମିଶ୍ର, ସ୍ଥିତିପ୍ରଜ୍ଞା ବାଘ ପ୍ରମୁଖଙ୍କ ସମେତ ବହୁ ବିଦ୍ୟାର୍ଥୀ ଯୋଗଦାନ କରିଥିଲେ I