ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ପକ୍ଷରୁ ଶନିବାର ଅପରାହ୍ନରେ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ଡାକ ବଙ୍ଗଳା ଠାରେ ପାପାଳିତ ହୋଇଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ର ବିକାଶ ରେ ଗଣମାଧ୍ୟମ ର ଅତୀତ ,ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ଅତିଥି ଭାଭେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାର ଚିକିତ୍ସା ଅଧିକାରୀ ଡ଼ା ରାକେଶ ପଣ୍ଡିତ , ସମ୍ମାନୀତ ଅତିଥି ଭାବେ ଅଗ୍ରୱାଲ ସଭା ଟ୍ରଷ୍ଟ ର ସଭାପତି କୈଳାସ ଚନ୍ଦ୍ର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଆଇନଜୀବୀ ବିଷ୍ଣୁ ପ୍ରସାଦ ଶର୍ମା ଯୋଗ ଦେଇଥିଲେ । ଏହି ଅବସରରେ ସାମ୍ବାଦିକ ମାନଙ୍କ ସରକାରଙ୍କ ବିଭିନ୍ନ ସମସ୍ୟା ଓ ଅଧିକାରୀ ଉପରେ ଆଲୋଚନା କରାଯାଇଥିଲା I ସେହିପରି କଣ୍ଟାବାଞ୍ଜି ଅଞ୍ଚଳର ବିକାଶ ଉପରେ ସାମ୍ବାଦିକ ମାନଙ୍କ ଭୂମିକା କୁ ପ୍ରଶଂସା କରିବା ସହ ଆଗମୀ ଭବିଷ୍ୟତ ରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ଜୀଵନ ଜୀବିକା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା କୁ ନେଇ ନିଷ୍ପତି ନିଆଯାଇଥିଲା । ସାମ୍ବାଦିକ ମାନଙ୍କ ନିଃସ୍ୱାର୍ଥ କଲମ ଚାଳନ ଯୋଗୁ ଆଜି କେବିକେ ଯୋଜନା , ମନରେଗା ଯୋଜନା , ଏମ ଡ଼ି ଏମ ଯୋଜନା , ଦାଦନ ସମସ୍ୟା ଭଳି ଯୋଜନା କୁ ଲୋକ ଲୋଚନ କୁ ଆଣିଥିବାରୁ ସରକାର ଏଥି ପ୍ରତି ସଚେତନ ହୋଇ ବିଭିନ୍ନ ଯୋଜନା କରିଥିବା କୁ ନଜର କୁ ଆସିଥିବା ମୂଖ୍ୟ ବକ୍ତା ନିଜର ଅଭିଭାଷଣ ରେ ପ୍ରକାଶ କରିଥଲେ । ଆଗମୀ ଦିନ ଆଞ୍ଚଲିକ ସାମ୍ବାଦିକଙ୍କର ଭୂମିକା ଆହୁରି ଗୁରୁତ୍ୱପୂର୍ଣ ହେବ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମୋହନ ସୋନି, ଗୁରୁଦୟଲ ହଂସ , ବରିଷ୍ଠ ସାମ୍ବାଦିକ ସୁଭାଷ ବେହେରା, ଜୀବନନ୍ଦ ମହାନ୍ତି , ଶିବ ଶଙ୍କର ବାଗ , ଏସ କେ ସମିମ , କୃତିକର ବାଗ , କୈଳାସ ସାଗରୀୟ , ବିନୋଦ ସିଂ , କୁଶଳ ସିଂ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।