Tuesday, December 24, 2024

ପୋଲିସ ପ୍ରତି ଜନ ଅସନ୍ତୋଷ କୁ ନେଇ ସାଧାରଣରେ ବୈଠକ

ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଛି ସନ୍ଦେହ I ତରଭାବାସି ଏକଜୁଟ ହୋଇ କରିଛନ୍ତି ସାମୁହିକ ବୈଠକ I ଆସନ୍ତୁ ଶୁଣିବା କଣ କହୁଛନ୍ତି ସ୍ଥାନୀୟ ଲୋକେ I ଶୁଣିଲେ ତ କଣ କହୁଛନ୍ତି ସାଧାରଣ ଜନତା I ଗତ ରବିବାର ବିଳମ୍ବିତ ରାତିରେ ତରଭା ସହରରେ ଥିବା ଦୁଇ ଗୋଟି ମନ୍ଦିର ଏବଂ ଜଣେ ଦିବ୍ୟାଙ୍ଗ ର ଦୋକାନରୁ ହୋଇଥିଲା ଚୋରି I ଏହାସହ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚୋରି ଉଦ୍ୟମ କରିଥିଲେ ଦୁର୍ବୃତ I ଉକ୍ତ ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ମନକୁ ଗଭୀର ଆଘାତ ଦେଇଛି I ଚୋର ମାନଙ୍କ ଏତେ ସାହାସ ଯେ ଶେଷକୁ ଦେବାଳୟ କୁ ମଧ୍ୟ ଛାଡିଲେ ନାହିଁ , ତାହା ମଧ୍ୟ ଗୋଟିଏ ରାତିରେ ଘଟାଇଛନ୍ତି ଏକା ସାଙ୍ଗକୁ ଚାରି ଚାରି ଗୋଟି ଚୋରି ଘଟଣା I ତେବେ ସ୍ଥାନୀୟ ପୋଲିସ ଉପରେ ଲୋକଙ୍କ ଆଉ ଭରସା ନାହିଁ I ପୂର୍ବରୁ ମଧ୍ୟ ସ୍ଥାନୀୟ ପୋଲିସ ର କାର୍ଯ୍ୟକୁ ନେଇ ଅସନ୍ତୋଷ ଜନତା ଅସହ୍ୟ ହୋଇ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ନୀଳାକଣ୍ଠେଶ୍ୱର ମନ୍ଦିର ପରିସରରେ ଏକ ସାମୁହିକ ବୈଠକ କରିଥିଲେ I ଏହି ବୈଠକରେ ପୋଲିସର କାର୍ଯ୍ୟକଳାପ କୁ ନେଇ ତୀବ୍ର ନିନ୍ଦା କରିଛନ୍ତି ଲୋକେ I ସହର ତଥା ଆଖପାଖ ଅଂଚଳରେ ବେଧଡକ ଚୋରା ମଦ କାରବାର, ମଦ୍ୟପ ଙ୍କ ଉନ୍ମତକଣ୍ଡା, ଜୁଆଖେଳ, ରାହାଜାନି, ସ୍ପିଡ଼ ବାଇକ ଚାଲଣା, ଭଳି ବହୁ ଅଭିଯୋଗ ଆଣି ପୋଲିସ ର କାର୍ଯ୍ୟଦକ୍ଷତା ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ I ଖାଲି ସେତିକି ନୁହେଁ ପୋଲିସ ଏବଂ ମଦ ମାଫିଆ, ଯୁଆଖେଳାଳୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ନେଇ ଲୋକଙ୍କ ମାଧ୍ୟରେ ଚର୍ଚ୍ଚା ହେଉଛି I ଏହିସବୁ ଘଟଣାକୁ ନେଇ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ପୋଲିସ ମହାନିର୍ଦ୍ଧେଶକ, ଡ଼ିଆଇଜି ଙ୍କ ସମେତ ବହୁ ବିଭାଗ କୁ ତରଭା ପୋଲିସ ଜରିଆରେ ପ୍ରଦାନ କାରାଯାଇଥିଲା I ତେବେ ଉପରିସ୍ଥ ଅଧିକାରୀ କଣ ପଦକ୍ଷେପ ଗ୍ରହଣ ତାହା ଦେଖିବାକୁ ବାକି ରହିଲା I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles