ତରଭା ଖେଳ ପଡ଼ିଆଠାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତରଭା ପକ୍ଷରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ସମାପନ ହୋଇଯାଇଛି I ଚାରିଗୋଟି ବର୍ଗରେ ବିଭାଜିତ କରାଯାଇ ଦୌଡ ପ୍ରତିଯୋଗିତା , ଲମ୍ବ ଏବଂ ଉଚ୍ଚ ଡିଆଁ , ବେଙ୍ଗ ଡିଆଁ, ଗୋଲାଫିଙ୍ଗା ଇତ୍ୟାଦି ପ୍ରତିଯୋଗିତା ଗୁଡିକରେ ବହୁ ଛାତ୍ରଛାତ୍ରୀ ଭାଗ ନେଇଥିଲେ I ଏହି ପ୍ରତିଯୋଗିତା ଗୁଡିକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ I କ୍ରୀଡା ପ୍ରତିଯୋଗିତା ସରିଲା ପରେ ଏକ ସଭାର ଆୟୋଜନ କରାଯାଇଥିଲା I ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର ନାଏକ ଙ୍କ ସଭାପତିତ୍ୱ ରେ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜବାହାର ନବୋଦୟ ବିଦ୍ୟାଳୟର ପ୍ରିନ୍ସିପାଲ ଶାଶ୍ୱତ କୁମାର ସାହୁ ଯୋଗ ଦେଇଥିବା ବେଳେ , ସମ୍ମାନିତା ଅତିଥିରୂପେ AES କଲେଜ ଖେଳ ଶିକ୍ଷକ ସଞ୍ଜିବ ସାହୁ, ଅଗ୍ନିଶମ ବିଭାଗୀୟ ଅଧିକାରୀ ଅନିଲ କୁମାର ମିଶ୍ର, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ଆନନ୍ଦ ପ୍ରକାଶ ଅଗ୍ରୱାଲ, ଉପସଭାପତି ବିଚିତ୍ର ସାହୁ, ସମ୍ପାଦକ ଲଖମଣ ରଣା ପ୍ରମୁଖ ମଞ୍ଚାସିନ ରହିଥିଲେ I ଅତିଥିମାନେ ପାଠପଢ଼ା ସହିତ ଖେଳପ୍ରତି ରୁଚି ରଖିବା ନେଇ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ I ସେହିପରି ଉତ୍ତମ କ୍ରୀଡାର ପ୍ରଦର୍ଶନ କରି ଦିଦ୍ୟାଳୟର ନାଁ ରଖିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ I ସଭା କାର୍ଯ୍ୟ ମଧ୍ୟେ ଅତିଥିମାନଙ୍କ ଦ୍ୱାରା ପ୍ରତିଯୋଗିତାରେ ପ୍ରଥମ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କାରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା I ଏହି କ୍ରୀଡା ଉତ୍ସବରେ ସମସ୍ତ ଅଭିଭାବକ ଅଭିଭାବିକା ଯୋଗଦେଇ ସମସ୍ତ କ୍ରୀଡା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ I