Tuesday, December 24, 2024

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ବିଭିନ୍ନ ଦାବି ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ଜିଲ୍ଲା କୃଷକ ସଂଗଠନ। ବିଭିନ୍ନ ଦାବି ମଧ୍ୟରୁ ମୁଖ୍ୟତଃ ଚଳିତ ବର୍ଷ ଧାନକିଣାରେ ସ୍ୱଚ୍ଛତା, dlpc ବୈଠକରେ ଧାନ କିଣା ନିର୍ଦ୍ଧାରିତ ତାରିଖ 10 ଡିସେମ୍ବରକୁ ପରିବର୍ତ୍ତନ କରି ଆସନ୍ତା ଏକ ତାରିଖରେ ମଣ୍ଡି ଖୋଲିବା, ଚାଷୀ ଆଣିଥିବା ଧାନବସ୍ତା କୁ ଗ୍ରହଣ କରିବା ନଚେତ ଅଖାବସ୍ତା ଯୋଗାଇ ଦିଆଯିବା ଏବଂ ଚଳିତ ବର୍ଷ କମ ବର୍ଷା ହେବା ରୁ କ୍ଷୟକ୍ଷତି ଆକଳନ କରି ମରୁଡି ଘୋଷଣା ଆଦି ଦାବି କରିଛି ସଙ୍ଗଠନ । ତେବେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଳକରୁ ବହୁ ଚାଷୀ ଏଥିରେ ଯୋଗଦାନ କରି ପ୍ରଶାସନ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ I ସେମାନଙ୍କ କହିବା ଅନୁସାରେ ଜିଲ୍ଲାରେ ଚାଷୀଙ୍କ ଧାନ ଅମଳ ହୋଇସାରିଛି, ଅନ୍ୟ ଜିଲ୍ଲା ମାନଙ୍କରେ ମଣ୍ଡି ଖୋଲା ସରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମିଲର୍ସ ଙ୍କ ଫାଇଦା ପାଇଁ ପ୍ରଶାସନ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ ହୋଇଛି I ଯଦି ଶୀଘ୍ର ମଣ୍ଡି ଖୋଲାନ ଯାଏ ଏବଂ ସେମାନଙ୍କ ଦାବି ଗୁଡିକ ପୂରଣ କରାନ ଗଲେ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାଵନୀ ଦେଇଛି ଚାଷୀ ସଙ୍ଗଠନ I ବହୁ ସମୟ ଧରି ଧାରଣା ଦେବାପରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି I ଏହି ଦାବି ପତ୍ର ପ୍ରଦାନ ସମୟରେ ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଙ୍ଗଠନ ସଭାପତି ବୈକୁଣ୍ଠନାଥ ଶତପଥୀ, ସମ୍ପାଦକ ପଦ୍ମଲୋଚନ ମିଶ୍ର, ମିତ୍ରବ୍ରତ ମିଶ୍ର, ପ୍ରଦୀପ ପୁରୋହିତ, ଭବାନୀ ଶଙ୍କର ମିଶ୍ର, ପ୍ରମୁଖ ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହିଥିଲେ I ଅପରପକ୍ଷେ ଦାବି ଉପରେ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଅନ୍ୟା ଦାସ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles