Tuesday, December 24, 2024

ଲାଞ୍ଚ ନେଉଥିଲେ ସିଡିପିଓ ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ। ବେଗୁନିଆପଡ଼ା ସିଡିପିଓ ସଂଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଜେରା କରିଛି ଭିଜିଲାନ୍ସ ଟିମ୍। ଜଣେ ଅଙ୍ଗନୱାଡ଼ି ସହାୟିକା ଙ୍କ ୧୮ ମାସର ଦରମା କରାଇଦେବାକୁ ନେଇ ମ୍ଯାଡମ୍ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ତେବେ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିଡିପିଓ ସଂଧ୍ୟାରାଣୀ ପାଣିଗ୍ରାହୀଙ୍କୁ ରେଡ୍ ହେଣ୍ଡ ଧରିଛି ଭିଜିଲାନ୍ସ ଟିମ । ଅଭିଯୋଗକାରୀଙ୍କ ଠାରୁ ସିଡିପିଓ ସଂଧ୍ୟାରାଣୀ ପାଣିଗ୍ରାହୀ ତାଙ୍କ ପ୍ରକୋଷ୍ଠରେ ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା I ଏ ସଂକ୍ରାନ୍ତରେ ଏକ ମାମାଲା ରୁଜୁ ହେବାସହ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତିନୋଟି ସ୍ଥାନରେ ଛାନବୀନ କରାଯାଇଥିବା ସୂଚନା ରହିଛି I ବେଗୁନିଆପଡ଼ା ସିଡିପିଓ ଦୀର୍ଘ ବର୍ଷ ହେବ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଭିଜିଲାନ୍ସ ହାବୁଡ଼ାରେ ପଡିଛନ୍ତି I କୁମ୍ଭାରୀଗାଁ ପଞ୍ଚାୟତର ଜଣେ ଅଙ୍ଗନବାଡି ସହାୟିକାଙ୍କ 18 ମାସର ପାରିତୋଷ ବନ୍ଦ ରଥିଥିବା ବେଳେ ଏହା ପ୍ରଦାନ କରିବା ପାଇଁ ସଂଧ୍ୟାରାଣୀ 15 ଲାଞ୍ଚ ମାଗିଥିଲେ I 15 ହଜାର ଟଙ୍କାରେ ଦେଇ ନ ପାରିବି ବୋଲି କହିବାରୁ ଶେଷକୁ 12 ହଜାର ଟଙ୍କା ପାଇଁ ସେ ରାଜି ହୋଇଥିଲେ I ଉକ୍ତ ଘଟଣାକୁ ନେଇ ସହାୟିକା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ I ତେବେ ଗତ ବୁଧବାର ଅପରାହ୍ନରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢ଼ାଉ କରି ଟଙ୍କା ଜବତ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ଜଣାଯାଇଛି I ପ୍ରାପ୍ତ ସୂଚନା ଅନୁସାରେ ଦୀର୍ଘ ଆଠ ବର୍ଷ ରୁ ଉର୍ଦ୍ଧ ହେବ ବେଗୁନିଆପଡ଼ା ସିଡିପିଓ ସଂଧ୍ୟାରାଣୀ ପାଣିଗ୍ରାହୀ କାର୍ଯ୍ୟରତ ଥିବା ବେଳେ ବିଭିନ୍ନ ସମୟରେ ଛତୁଆ ଯୋଗାଣ, ଖେଳ ସାମଗ୍ରୀ କିଣିବାରେ ଦୁର୍ନୀତି, ଖାଦ୍ୟ ଯୋଗାଣ, ପୋଷାକ ବିତରଣ ଇତ୍ୟାଦିରେ ଦୁର୍ନୀତି ଅଭିଯୋଗ ହୋଇ ଆସୁଥିବା ବେଳେ ଭିଜିଲାନ୍ସ ହତାରେ ଧରାପଡ଼ିବା ସତ୍ୟତାକୁ ପାଦରେ ପକାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles