ବର୍ତ୍ତମାନ ଗନ୍ଧମାର୍ଦ୍ଦନ ଉପରେ ଆଦାନୀ ଗୃପର କୁଦୃଷ୍ଟି ପଡିଥିବା ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ଦାବି ନେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଚାଲିଥିବା ଗଣଧାରଣା ଆଜି ଛଅ ଦିନରେ ପହଞ୍ଚି ସାରିଛି । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ମନ୍ତବ୍ୟକୁ ଆନ୍ଦୋଳନକାରୀ ପସନ୍ଦ କରିନ ଥିବା ବେଳେ ନିଜ ଦୋଷ ଲୁଚାଇବା ପାଇଁ ପର ଉପରେ ଦୋଷ ଲଦିବା ବନ୍ଦ କରୁନ୍ତୁ ବୋଲି ଆନ୍ଦୋଳନ କାରୀ ପ୍ରକାଶ କରିଛନ୍ତି। ଏନେଇ ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ତଥା ବଲାଙ୍ଗୀର ଜିଲ୍ଲା ବିଜେଡି ସମ୍ପାଦକ ଅଜିତ ଯୋଶୀ ଯୋଗଦାନ କରି ଧାରଣା ଦେଇଥିବା ଜଣାଯାଇଛି । ଶ୍ରୀ ଯୋଶୀ ବର୍ତ୍ତମାନର ସରକାର ଉପରେ ଖୁବ ବର୍ଷିଥିଲେ। ବିଜେପି ସରକାର ଛଅମାସ ନପୁରୁନୁ ଗନ୍ଧମାର୍ଦ୍ଦନ କୁ ବିକ୍ରି କରିଦେଇଛି ଏବଂ ଆଗାମୀ ୫ ବର୍ଷରେ ଓଡିଶା କୁ ବିକ୍ରି କରିଦେବ ବୋଲି କହିଥିଲେଏବଂ ଯଦି ଆଦାନୀ ଗୃପ ଗନ୍ଧମାର୍ଦ୍ଦନକୁ ଛାଡି ନ ଗଲେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ କରାଯିବ ବୋଲି ଚେତାଵନୀ ଦେଇଥିଲେ I ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ସରକାର ସଂକଳ୍ପ ପତ୍ର ପଦାନ କରିବା ସହ ଜାତୀୟ ସମ୍ପତି ଭାବେ ଘୋଷଣା କରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଥିଲେ I