Friday, November 15, 2024

ବେଆଇନ ନିଯୁକ୍ତି ବିରୋଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ

ଆଜି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଳାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏହି ଶିବିରରେ ଯୋଗଦାନ କରିଥିବା ବେଳେ ସମୁଦାୟ ୧୮ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ I ସେଥି ମଧ୍ୟରୁ ୫ ଗୋଟି ସାମୁହିକ ଦରଖାସ୍ତ ରହିଥିବା ବେଳେ ୧୩ ଗୋଟି ବ୍ୟକ୍ତିଗତ ଦରଖାସ୍ତ ରହିଥିଲା l ଗ୍ରହଣ କରାଯାଇଥିବା ସମସ୍ତ ଦରଖାସ୍ତ ମଧ୍ୟରୁ ଗୋଟିଏ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଦରଖାସ୍ତ ଗୁଡିକୁ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ଏହି ଶିବିରରେ ଭୋଲା କୁମାର ବର୍ମା ତରଭା ଏନ.ଏ.ସିରେ ବେଆଇନ ନିଯୁକ୍ତି ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ I ତରଭା ଏନ.ଏ.ସିରେ ଏମ.ଆଇ.ଏସ ପଦବୀ ଥାଇ ମଧ୍ୟ ବିଶ୍ୱ ରଞ୍ଜନ ମିଶ୍ର ନାମକ ବ୍ୟକ୍ତି କୁ ଡାଟା ଏଣ୍ଟ୍ରି ଅପରେଟର ଭାବେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି I ସେ ଡାଟା ଏଣ୍ଟ୍ରି ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟରେ ଦଖଲ ଦେଉଥିବା ଅଭିଯୋଗ ଆଣିଛନ୍ତି I ଅଭିଯୋଗ ମୁତାବକ ଟେଣ୍ଡର ପ୍ରକ୍ରିୟା, ଟ୍ରେଡ଼ ଲାଇସେନ୍ସ , ଆବାସ ବଣ୍ଟନ ଦାୟିତ୍ୱରେ ଥିବା ଦର୍ଶାଇ ହିତାଧିକାରୀଙ୍କ ସହ ସିଧା ସଳଖ ସଂସ୍ପର୍ଶରେ ରହୁଥିବା ଭଳି ନାନା ଅଭିଯୋଗ ହୋଇଛି I ସେହିପରି ନାରାୟଣ ମେହେର ଏନଏସିରେ 2011 ବର୍ଷରେ ଜୁନିଅର ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟରତ ରହିଥିବା ବେଳେ 2021ବର୍ଷରେ ସହାୟକ ଟିକସ ଆସୁଳକାରୀ ପଦବୀରେ ରହିଥିବା ଶ୍ରୀ ବର୍ମା ଅଭିଯୋଗ କରିଛନ୍ତି I ସହାୟକ ଟିକସ ଆସୁଲକାରୀ ପଦବୀ ପାଇଁ ଯାହାକି ଖାଲିଥିବା ପଦବୀ ରେ ନିୟୋଜିତ ହୋଇଥଲେ ମାତ୍ର ଅଦ୍ୟାବଧି ସରକାର ଗୃହ ନିର୍ମାଣ ଓ ନଗର ଉନ୍ନୟନ୍ନ ବିଭାଗ ଓଡିଶା ଙ୍କ ଦ୍ୱାରା ପାଇଥିବା ପଦନ୍ନୋତିର ଅନୁମୋଦନ ହୋଇନାହିଁ ବୋଲି ପୂର୍ବରୁ ମାଗିଥିବା ଆର୍ଟିଆଇ ତଥ୍ୟ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି I ତେବେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏହାର ତଦନ୍ତ ପାଇଁ ପିଡି ଡିଆରଡିଏ ଙ୍କୁ ଦାୟିତ୍ୱ ଦେଇଥିବା ଜଣାଯାଇଛି I ଆଜିର ଏହି ଶିବିରରେ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ବିନୀ ମେହେର ,ଉପ ଜିଲ୍ଳାପାଳ ସୋନପୁର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ବିଶ୍ୱ ରଞ୍ଜନ ପତି, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ,ତରଭା ବିଡିଓ ଅନିଲ କୁମାର କୁଲୁ, ତହସିଲଦାର କିର୍ତ୍ତୀ ଚନ୍ଦ୍ର ପ୍ରଧାନ ଙ୍କ ସମେତ ଜିଲ୍ଳାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦାନ କରିଥିଲେ l ବ୍ୟୁରୋ ରିପୋର୍ଟ ବିଟିଭି ଓଡ଼ିଆ

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles