ଆଜି ପବିତ୍ର ଜନ୍ମାଷ୍ଟମି ଉପଲକ୍ଷେ ଉତ୍ସବ ମୁଖର ହୋଇପଡିଛି ଗାଁ ଠୁ ସହର । ବିଭୀନ୍ନ ସ୍ଥାନରେ କୃଷ୍ଣଜନ୍ମ କଥାମୃତ ଚାଲିଥିବା ବେଳେ ଅନେକ ପ୍ରକାରେ ଏହି ଉତ୍ସବକୁ ପାଳନ କରାଯାଉଛି । ତେବେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବେଶ ଧୁମଧାମରେ ଏହି ଉତ୍ସବ ପାଳନ କରାଯାଇଛି । ରାଧା, କୃଷ୍ଣ ଆଦି ବିଭିନ୍ନ ପାରମ୍ପାରିକ ବେସରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆସିଥିବା ବେଳେ ସୁସଜ୍ଜିତ ଦୋଳିରେ ଝୁଲୁଥିବା ଦେଖିବାକୁ ମିଳିଛି । କୁନି କୁନି ଛାତ୍ରଛାତ୍ରୀଙ୍କ ବେସ ଭୁଷା ବେଶ ଆକର୍ଷଣିୟ ଥିବାବେଳେ ଛାତ୍ରଛାତ୍ରୀମାନେ ବେସ ଆନନ୍ଦ ଥିବା କହିଛନ୍ତି ।ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସଂସ୍କୃତି ପରମ୍ପରାକୁ ଉଜ୍ଜିବିତ କରିବା ପ୍ରୟାସ ଶିଶୁ ମନ୍ଦିର ମାନଙ୍କ ଦ୍ୱାରା କରାଯାଇଥାଏ ବୋଲି କହିଛନ୍ତି ବିଦ୍ୟାଳୟର ଉପସଭାପତି । ବ୍ୟୁରୋ ରିପୋର୍ଟ ବିଟିଭି ଓଡ଼ିଆ