ଗତକାଲି ବିଳମ୍ବିତ ରାତ୍ରିରେ ଗୋରୁ ବୋଝେଇ ଗୋଟିଏ ପିକଅପ ଭେନ ତରଭା ନୂଆପଡା ବାଇପାସ ରାସ୍ତାଦଇ ଯାଉଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ ତରଭା ବଜରଙ୍ଗ ଦଳର ସଭାପତି ମାନସ କୁମାର ସାହୁ ଏବଂ ଅଭିଜିତ ପାଣ୍ଡେ ପିକଅପ ଭେନ କୁ ଅଟକାଇଥିଲେ I ଉକ୍ତ ଭେନରେ ଗୋରୁ ଭର୍ତି ହୋଇଥିବା ଦେଖିବାକୁ ପାଇଥିଲେ I ସଙ୍ଗେ ସଙ୍ଗେ ସେମାନେ ତରଭା ପୋଲିସ କୁ ଖବର ଦେଇଥିଲେ I ତରଭା ପୋଲିସ ଉକ୍ତ ଗାଡିକୁ ଜବତ କରି ତରଭା ଥାନାକୁ ଆଣିଥିଲା I ଗାଡି ପଛପଟର ଢାଙ୍କୁଣୀ ଖୋଲିବାରୁ ଉକ୍ତ ଗାଡ଼ିରେ ନଅ ଗୋଟି ଗାଈ ରହିଥିବା ଜଣାପଡିଥିଲା I ତେବେ ତରଭା ଶ୍ରୀ ସାହୁ ଉକ୍ତ ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ଗୋଟିଏ ଗାଡ଼ିରେ ନଅ ଗୋଟି ଗାଈ କୁ ଜବରଦସ୍ତି ବୋଝେଇ କରି ନେଉଥିବା ରୁ ଶ୍ରୀ ସାହୁ ଦୁଃଖ ପ୍ରକାଶ କରିଥିଲେ I ଏହା ସହ ସମସ୍ତ ଗୋରୁଙ୍କ ସୁରକ୍ଷା ଏବଂ ଗୋରୁଚାଲାଣରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଲିଖିତ ଅଭିଯୋଗ କରିଥିଲେ I ବହୁ ସମୟ ପରେ ଗୋରୁ କିଣିଥିବା ମାଲିକ ତରଭା ରେ ସମସ୍ତ କାଗଜପତ୍ର ଦେଖାଇବା ପରେ ପୋଲିସ ଯାଞ୍ଚ କରି ଗୋରୁ ବୋଝେଇ ଗାଡିକୁ ଛାଡି ଦେଇଥିବା ଆଇଆଇସି ଅନିତା କିଡୋ କହିଥିଲେ I