Tarbha : ଆଜି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଳାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ଅନୁପସ୍ଥିତ ରହିଥିଲେ I ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ ପାଢି ଯୋଗଦାନ କରି ଶିବିରରେ ପରିଚାଳନା ଥିଲେ I ତରଭା ବିଡିଓ ଅନିଲ କୁମାର କୁଲୁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ବିନୀ ମେହେର , ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ଦୈତ୍ୟ ନାରାୟଣ ପାଢ଼ୀ, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ,, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ , ଙ୍କ ସମେତ ସମସ୍ତ ଅଧିକାରୀ ସାମିଲ ରହିଥିଲେ l ଏହି ଶିବିରରେ ମୋଟ 26 ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ହୋଇଥିବା ବେଳେ ସେଥି ମଧ୍ୟରୁ 15 ଗୋଟି ବ୍ୟତିଗତ ଦରଖାସ୍ତ ରହିଥିବା ଏବଂ 11 ଗୋଟି ସାମୁହିକ ଦରଖାସ୍ତ ରହିଥିଲା l ଗ୍ରହଣ କରାଯାଇଥିବା ସମସ୍ତ ଦରଖାସ୍ତ ମଧ୍ୟରୁ ଗୋଟିଏ ଅଭିଯୋଗର ଶିବିରରେ ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ଦରଖାସ୍ତ ଗୁଡିକୁ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ଏହି ଶିବିରରେ ମୁଖ୍ୟତଃ ସରଗଜ ଗ୍ରାମ ନକଟିକନା ଛକ ଠାରୁ ବ୍ରାହ୍ମଣୀ ତଥା ପଡୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମଳ କୁ ଯିବା ପାଇଁ pwd ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଥିବା ନେଇ ମାରାଡ଼ୁଗୋଚ୍ଛା, ସରଗଜ,ବ୍ରାହ୍ମଣୀ ଗ୍ରାମପଞ୍ଚାୟତର ଗ୍ରାମବାସୀ ମିଳିତ ଭାବେ ଅଭିଯୋଗ କରିଥିଲେ I ଉକ୍ତ ରାସ୍ତା ଦେଇ ଚାରିଗୋଟି କ୍ରସର ମାନଙ୍କର ଭାରି ଯାନବାହାନ ଚଳାଚଳ ଫଳରେ ରାସ୍ତାରେ ଶହଶହ ଗର୍ତ୍ତ ସୃଷ୍ଟି ହେବା ଏବଂ ରାସ୍ତା ଟି ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି I ଏହି ରାସ୍ତା ଦେଇ ନୀତିଦିନ ଛାତ୍ରଛାତୀ, ଶ୍ରମଜୀବୀ, ବ୍ୟବସାୟୀ ତଥା ହଜାର ହଜାର ଲୋକେ ତରଭା ତଥା ବଲାଙ୍ଗୀର, ସୋନପୁର କୁ ଯିବାଆସିବା କରିଥାନ୍ତି I ରାସ୍ତା ଏତେ ମାତ୍ରାରେ ଖରାପ ହୋଇପଡିଛି ଯେ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଥିବା ନଜର ରହିଛି I ଏହାସହ ଭାରି ଯାନବାହାନ ଯିବା ଆସିବା ଫଳରେ ବହୁମାତ୍ରାରେ ଧୂଳିଗୁଣ୍ଡ ଉଉଥୁବାରୁ ଲୋକେ ଅଣନିଶ୍ୱାସୀ ହୋଇ ବାୟୁ ପ୍ରଦୂଷଣ ଜନିତ ରୋଗର ଶିକାର ହେଉଥିବା ଅଭିଯୋଗ ହୋଇଛି I ତେବେ ଶୀଘ୍ର ରାସ୍ତାର ପ୍ରଶସ୍ତି କରଣ ଉନ୍ନତମାନର ରାସ୍ତା ତିଆରି କରିବା ନେଇ ଜନଶୁଣାଣୀ ଶିବିରରେ ଅଭିଯୋଗ ହୋଇଛି I ବ୍ୟୁରୋ ରିପୋର୍ଟ ବିଟିଭି ଓଡ଼ିଆ