Friday, November 15, 2024

4000 କିମି ବାଇକ ଯାତ୍ରା କରି ନେପାଲ ରୁ ଫେରିଲେ ସାତଜଣ ବନ୍ଧୁ

ସେଭ ହିମାଳୟ ସେଭ ଏନଭାରମେଣ୍ଟ ବାର୍ତ୍ତା ନେଇ ବାଇକ ଯାତ୍ରା କରି ନେପାଲ ରୁ ଫେରିଲେ ସାତଜଣ ବନ୍ଧୁ I ସେଭ ହିମାଳୟ ସେଭ ଏନଭାରମେଣ୍ଟ ବାର୍ତ୍ତା ନେଇ ଦୀର୍ଘ 13 ଦିନ ଧରି ଚାରି ହଜାର କିଲୋମିଟର ଯାତ୍ରା କରି ଫେରିଛନ୍ତି ସୋନପୁର ସହରର ସାତ ଜଣ ଯୁବକ I ସେମାନେ ସୋନପୁର ସହରରୁ ବାହାରି ଝାରଖଣ୍ଡ ବିହାର ଦେଇ ହିମାଳୟ ନେପାଲ ର କାଠମାନଡୁ ପୋଖରା ମୁକ୍ତିନାଥ ପର୍ଯ୍ୟନ୍ତ ଯାତ୍ରା କରିଥିଲେ I ଏହି ବାଇକ ଯାତ୍ରା ବେଳେ ବିଭିନ୍ନ ସ୍ଥାନମାନଙ୍କରେ ଲୋକମାନଙ୍କୁ ପରିବେଶ ସୁରକ୍ଷା ଏବଂ ହିମାଳୟ ସୁରକ୍ଷାର ବାର୍ତ୍ତା ଦେଇଥିଲେ I ଫେରିବା ସମୟରେ ଲୁମ୍ବିନି ଦେଇ ବାରାଣାସି ରୁ ବାହାରି ଗୋଟିଏ ଦିନରେ ସାତଶହ କିଲୋମିଟର ଯାତ୍ରା କରି ସୋନପୁରକୁ ଫେରିଥିଲେ I ଏହି ବାଇକ ଯାତ୍ରାରେ ସୋନପୁର ସହରର ଗୌତମ ପାତ୍ର, ଗୌରବ ପାଢ଼ୀ, ଆଶିଷ ମିଶ୍ର,ପିନଟୁ ପଣ୍ଡା, ଅବିନାଶ ଦାସ, ତାପସ ରଞ୍ଜନ ମହାନ୍ତି, ରିଙ୍କୁ ଦୋରା ପ୍ରମୁଖ ସାମିଲ ରହିଥିଲେ I ଫେରିଲା ପରେ ତାଙ୍କର ସଫଳ ଯାତ୍ରାକୁ ନେଇ ସେମାନେ ଉତ୍ସବ ପାଳନ କରିଛନ୍ତି I ନିଜ ସଫଳ ଯାତ୍ରାରେ ଲୋକଙ୍କୁ ଗାଡି ଚଳାଇବା ସମୟରେ ସତର୍କତା ଅବଲମ୍ବନ କରିବା,ପରିବେଶ ସୁରକ୍ଷା ଏବଂ ହିମାଳୟ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରି ବେସ ଖୁସି ଅନୁଭବ କରିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles