Friday, November 15, 2024

ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ବ୍ଲକ ଘେରିଲେ ମହିଳା

23.02.2024, ଆଜି ତରଭା ବ୍ଲକ ଅନ୍ତର୍ଗତ ସରଗଜ ଗ୍ରାମର ବହୁ ମହିଳା ଏବଂ ପୁରୁଷ ପାନୀୟ ଜଳର ସମସ୍ୟାକୁ ନେଇ ତରଭା ବ୍ଲକ ଘେରାଓ କରିଥିଲେ I ସେମାନଙ୍କ କହିବା ଅନୁସାରେ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ହେବ ସରଗଜ ଗ୍ରାମର ପ୍ରାୟ ଶତକଡା 80 ଭାଗ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି I ବର୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହେଉଥିବା ବେଳେ ଆଗକୁ ଆହୁରି ପାନୀୟ ଜଳର ସଙ୍କଟ ଦେଖାଦେବ I ଏ ନେଇ ଗ୍ରାମୀଣ ଜଳ ଯୋଗାଣ ଅଧିକାରୀ ତଥା ତରଭା ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇଲା ପରେ ମଧ୍ୟ ସେମାନଙ୍କ କଥା କୌଣସି ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି I ଏହାର ଫଳ ସ୍ୱରୂପ ଆଜି ବାଜା ଗାଜା ସାଙ୍ଗକୁ ହାତରେ ଥାଳ, ଗରିଆ, ବାଲଟି ଧରି ଅଭିନବ ଉପାୟରେ ନିଜର ସମସ୍ୟାକୁ ପ୍ରଶାସନ ଆଗରେ ଉପସ୍ଥାନ କରିଛନ୍ତି ସରଗଜ ଗ୍ରାମବାସୀ I ଦୀର୍ଘ ସମୟ ଧରି ଥାଳ ବଜାଇ ମହିଳା ଓ ପୁରୁଷମାନେ ବିଭିନ୍ନ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଥିଲା I ଧାରଣା ସ୍ଥଳରେ ବିଡ଼ିଓ ଙ୍କ ଅନୁପସ୍ଥିତି ରହିଥିବ ବେଳେ rwss କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ସାହୁ ଖୁବ ଶୀଘ୍ର ପାନୀୟ ଜଳ ଯୋଗାଣର ସୁବିଧା କରାଯିବାର ପ୍ରତିଶୁତି ଦେବାପରେ ସମସ୍ତେ ଧାରଣାରୁ ଓହରିଥିଲେ I ଆଜିର ଏହି ଧାରଣା ବେଳେ ସରଗଜ ଗ୍ରାମର ଯୁବ ନେତା ସୁବ୍ରତ କୁମାର ମିଶ୍ର, ମିତ୍ରବ୍ରତ ମିଶ୍ର, ସନ୍ତୋଷ ପଟନାଏକ, ରୀନା ନାଏକ, ରଞ୍ଜିତା ବାଘ, କେତକୀ ବଗର୍ତି, ହେମ ପରିଛା ପ୍ରମୁଖ ଙ୍କ ସମେତ ବହୁ ମହିଳା ପୁରୁଷ ସାମିଲ ରହିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles