ପ୍ରାୟ ତିନି ମାସ ତଳେ ତରଭା ଥାନା ଅନ୍ତର୍ଗତ ମେଣ୍ଢା ଗ୍ରାମରେ ହୋଇଥିବା ଚୋରୀ ଘଟଣାର ପର୍ଦ୍ଧାଫାଶ କରିଛି ତରଭା ପୋଲିସ I ଏ ନେଇ ଶନିବାର ସନ୍ଧ୍ୟାରେ ତରଭା ଥାନାରେ ସାମ୍ବାଦିକ ସମ୍ବଳିନୀ କରି ସୋନପୁର ଏସ୍ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠି ସୂଚନା ପ୍ରଦାନ କରିଛନ୍ତି I ପ୍ରାପ୍ତ ସୂଚନା ମୁତାବକ ଗତ ୫ ତାରିଖ ରେ ମେଣ୍ଢା ଗ୍ରାମର ମୋନାଲିସା କର ଦେଇଥିବା ଏତେଲl ଅନୁଯାୟୀ ମୋନାଲିସା ଙ୍କ ପରିବାର ର ସମସ୍ତେ ବାପାଙ୍କ ଚିକିତ୍ସା ପାଇଁ କଟକ ଯାଇଥିଲେ I ସେଠାରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିବାର ଫଳରେ ଏହାର ଫାଇଦା ନେଇ କିଛି ଦୁବୃର୍ତ୍ତ ତାଙ୍କ ଘରେ ପଶି ପ୍ରାୟ ୭୦ଗ୍ରାମ ରୁ ଊର୍ଦ୍ଧ୍ବ ସୁନା ଓ ରୁପା ଅଳଙ୍କାର ସହିତ କଂସା, ପିତ୍ତଳ, କପଡା ଆଦି ଚୋରୀ କରି ନେଇଥିଲେ l ଏତେଲା କୁ ଭିତ୍ତି କରି ତରଭା ପୋଲିସ ତଦନ୍ତ କରି ଶୁକ୍ରବାର ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ l ଚୋରୀ ସାମଗ୍ରୀ ଜବତ କରିବା ସହ , ଅଭିଯୁକ୍ତ ଅଶୋକ ଫରିକାର, ତାର ଭାଇ ଶଙ୍କର ଲାଲ ଫରୀକlର , ଯୋଗେଶ ସାଠୁଆ , ବଶିଷ୍ଠ ମେହେର, ବରୁଣ ପଧlନ, ରଞ୍ଜିତ ଦାସ ସୋନୁ ମେହେର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଏହି ସାମ୍ବାଦିକ ସମ୍ବଳିନୀର ଏସ୍ ଡି ପି ଓ ଙ୍କ ସମେତ ତରଭା ଥାନା ଆଇ.ଆଇ.ସି ଅନିତା kitto ଓ ମେଣ୍ଢା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ସାହୁ ଏବଂ ବହୁ ସାମ୍ବାଦିକ ଉପସ୍ଥିତି ରହିଥିଲେ l