Friday, November 15, 2024

ଆମ ପୋଲିସ ବୈଠକରେ ” ନୂତନ ଭାରତର ନୂତନ ଆଇନ” ଉପରେ ଗୁରୁତ୍ୱ

ଆଜି ସନ୍ଧ୍ୟାରେ ତରଭା ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଥାନା ଆଇଆଇସି ଅନିତା କିଡୋଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ତରଭା ଓକିଲ ସଂଘର ସଭାପତି ସୁରେଶ ଚନ୍ଦ୍ର ମହଲା, ଜେ.ଏମ.ଏଫ.ସି କୋର୍ଟ ସରକାରୀ ଓକିଲ ଉମେଶ ନାଏକ, ମେଣ୍ଡା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ସାହୁ ଓ ଏସଆଇ ମାରୁତ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ I ପ୍ରାରମ୍ଭରେ ଏସଆଇ ରବୀନ୍ଦ୍ର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ I ଆଇଆଇସି ଅନିତା କିଡୋ ଏବଂ ଉଭୟ ଆଇନଜୀବି ତାଙ୍କ ବକ୍ତବ୍ୟରେ “ନୂତନ ଭାରତର ନୂତନ ଆଇନ” କୁ ନେଇ ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023, ଭାରତୀୟ ସାଖ୍ୟ ଅଧିନିୟମ 2023 ତଥା ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ I ଆଇଆଇସି ଅନିତା କିଡୋ ତାଙ୍କ ବକ୍ତବ୍ୟରେ ତ୍ୱରିତ ନ୍ୟାୟ ପାଇଁ ସଠିକ ସମୟରେ ମାମଲାର ବିଚାର, ଅନଲାଇନ ମାମଲା ରୁଜୁର ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ମବ ଲିଂଚିଙ୍ଗ ଓ ସଂଗଠିତ ଅପରାଧ ଇତ୍ୟାଦି ଆଇନରେ ଅନ୍ତର୍ଭୁକ୍ତ, ସ୍ପଷ୍ଟ ଓ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷୀର ବିବୃତି ଏବଂ ଯାଞ୍ଚର ଅଡିଓ ଭିଡିଓ ରେକର୍ଡ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ I ବୈଠକରେ ଆଗାମୀ ରଥଯାତ୍ରାରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କିପରି ସୁରୁଖୁରୁରେ ସମାପନ ହେବ ସେଥିପ୍ରତି ପୋଲିସ ବିଭାଗ ଦୃଷ୍ଟି ଦେବା ଏବଂ ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ଉପସ୍ଥିତ ସଦସ୍ୟ ମତ ଦେଇଥିଲେ I ଏହାସହ ରଥଯାତ୍ରା ସମୟରେ ସହରର ଅନେକ ସ୍ଥାନରେ ବିକ୍ରି ହେଉଥିବା ବେଆଇନ କୁଚିଆ ଦେଶୀ ଓ ବିଦେଶୀ ମଦ ଦୋକାନ ଠାବକାରୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ସଦସ୍ୟମାନେ ଦାବି କରିଥିଲେ I ଆଜିର ଏହି ବୈଠକରେ ପୋଲିସ ବିଭାଗୀୟ କର୍ମଚାରୀଙ୍କ ସମେତ ମାହେଶ୍ୱରୀ ସଂଗଠର ତରଭା ସାଖା ସଭାପତି ପ୍ରଦୀପ ମେହେର, ମାଧବ ସାହୁ, ବିଜୟ ମେହେର,ଆୟୁଷ ଅଗ୍ରୱାଲ,ରାମ ନାଏକ, ଜୟପ୍ରକାଶ ନାରାୟଣ ସାହୁ, ଦେବେନ୍ଦ୍ର ନାଏକ, ସାମ୍ବାଦିକ ରାଜ କୁମାର ମାହାଣା,ରାଜେଶ ମେହେର, କଲ୍ୟାଣ ନାଏକ, କପିଳାଷ ସେଠ୍,ଭୋଲା କୁମାର ବର୍ମା, ସୁକାନ୍ତ ମିଶ୍ର ପ୍ରମୁଖଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles