ଅନୁସୁଚିତ ଜାତି ଜନଜାତି ମିଳିତ ମଞ୍ଚ ପକ୍ଷରୁ ଆଜି ସାରା ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ଅନୁସୁଚିତ ଜାତି ଜନଜାତି ମିଳିତ ମଞ୍ଚର କର୍ମକର୍ତା ମାନେ ସୋନପୁର ସହରର ବ୍ଲକ ଛକ, ନଳୀନି ଛକ ଓ କୁଞ୍ଜ ଛକ ଆଦି ସ୍ଥାନରେ ପିକେଟିଙ୍ଗ କରି ଯାନବାହାନ ଚଳାଚଳ ବନ୍ଦ କରିଛନ୍ତି । ସକାଳ ୬ଟାରୁ ସଂନ୍ଦ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ବନ୍ଦ ପାଳନ କରୁଛନ୍ତି । ଏହି ବନ୍ଦ ପ୍ରଭାବରେ ଗାଡି ମଟର, ସ୍କୁଲ କଲେଜ ଓ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ସୁପ୍ରୀମ କୋର୍ଟ ଦେଇଥିବା କ୍ରୀମିଲେୟରଙ୍କୁ ସଂରକ୍ଷଣ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ଆଗାମି ଦିନରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣି ଏହି ସଂରକ୍ଷଣକୁ ବାତିଲ କରିବାକୁ ଦାବୀ କରିଛନ୍ତି ଅନୁସୁଚିତ ଜାତି ଜନଜାତି ମିଳିତ ମଞ୍ଚ । କେବଳ ସଦର ମହକୁମା ନୁହେଁ ଜିଲ୍ଲାର ୬ ଟି ବ୍ଲକ ରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ତରଭା ସହରରେ ମଧ୍ୟ ମଞ୍ଚର କର୍ମକର୍ତା ମାନେ ପିକେଟିଂ କରି ଦୋକାନ ବଜାର, ସରକାରୀ ବେ ସରକାରୀ ଅନୁଷ୍ଠାନ, ଯାନବାହାନ ଚଳାଚଳ ବନ୍ଦ କରୁଥିବା ଦେଖିବାକୁ ମିଳିଛି I ଏହି ବନ୍ଦ ସମୟରେ ଜରୁରୀ ସେବା ଗୁଡିକୁ ବାଦ ଦିଆଯାଇଥିବା ଦେଖିବାକୁ ମିଳିଥିଲା I