ଆଜି ତରଭା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ଶିଶୁ ଦିବସ କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହାକୁ ନେଇ ହୋଇଥିବା ସଭାରେ ଅତିଥିଭାବେ ତରଭା jmfc କୋର୍ଟ ବିଚାରପତି ଗିରିଜା ଶଙ୍କର ବାଘ, ଓକିଲ ସଂଘ ସଭାପତି ସୁରେଶ ଚନ୍ଦ୍ର ମହଲା, ଉପସଭାପତି ହନୁମାନ ପ୍ରସାଦ ମିଶ୍ର, ଆଇନଜୀବି ସୁବିଜ୍ଞ ଦରୁଆନ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କବିତା ବରେଇ ମଞ୍ଚାସିନ ରହିଥିଲେ I ଅତିଥିମାନେ ଉପସ୍ଥିତ ଛାତ୍ରୀମାନଙ୍କୁ ଶିଶୁ ଦିବସ ପାଳନ କାହଁକି କରାଯାଏ ଏବଂ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ I ଆଜିର ଶିଶୁ ନିଜକୁ ଗଢିବାରେ ଶିକ୍ଷାର ମହତ୍ୱ, ଶିଶୁ ମାନଙ୍କ ଆଇନଗତ ଅଧିକାର, ଇଣ୍ଟରନେଟ ର ସଦୁପଯୋଗ ଉପରେ ବିଚାରପତି ଗିରିଜା ଶଙ୍କର ବାଘ ଛାତ୍ରୀମାନଙ୍କୁ ବିସ୍ତାରରେ ବୁଝାଇଥିଲେ I ଶିକ୍ଷୟତ୍ରୀ ଶ୍ରୀମତୀ ବରେଇ ବିଦ୍ୟାଳୟରେ ଅତିଥିମାନଙ୍କ ଯୋଗଦାନ ତଥା ଛାତ୍ରୀମାନଙ୍କୁ ସମୟ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ I