ଜନସାଧାରଣ ଙ୍କ ଆସ୍ଥା ଓ ବିସ୍ଵାଶ ହରାଇ ବସିଛି ତରଭା ପୋଲିସ I ଦିନକୁ ଦିନ ଚୋରି ଡକାୟତି ଲୁଟ ଭଳି ଘଟଣା ବଢ଼ିବାରେ ଲାଗିଥିବା ବେଳେ ପୋଲିସ ନିଷ୍କ୍ରିୟ ରହୁଥିବା ନେଇ ଜନସାଧାରଣାରେ ଚର୍ଚ୍ଚା ଜୋର ଧରିଛି I ରବିବାର ବିଲମ୍ବିତ ରାତିରେ ଚାରି ଚାରି ଗୋଟି ସ୍ଥାନରେ ଚୋରି ଘଟଣା ଘଟାଇ ତିନୋଟି ସ୍ଥାନରେ ସଫଳ ହୋଇଛନ୍ତି ଦୁର୍ବୃତ ଏବଂ ଗୋଟିଏ ସ୍ଥାନରେ ତାଲା ଭାଙ୍ଗି କରିଥିଲେ ଚୋରି ଉଦ୍ୟମ I ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଘଟିଛି ଏହିଭଳି ଘଟଣା I ପ୍ରାପ୍ତ ସୂଚନା ମୂତାବକ ରବିବାର ବିଲମ୍ବିତ ରାତ୍ରିରେ ତରଭା ନୂଆପଡା ବାଇପାସ ରାସ୍ତାରେ ଥିବା ଶନିଶ୍ଚର ମନ୍ଦିର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ଭିତରେ ଥିବା ଦୁଇଗୋଟି ଦାନ ବାକ୍ସ ଚୋରି କରି ନେଇଛନ୍ତି ଦୁର୍ବୃତ I ସେହିପରି ବଡ଼ବନ୍ଧ ପୋଖରୀ ପାର୍ଶ୍ୱରେ ଥିବା ଧବଳେଶ୍ୱର ଶିବ ମନ୍ଦିର ତାଲା ଭାଙ୍ଗି ଦାନ ବାକ୍ସ ଖୋଲି ସେଥିରେ ଥିବା ଦାନରାଶି ଚୋରି କରି ନେଇଛନ୍ତି ଦୁର୍ବୃତାମାନେ I ଖାଲି ସେତିକି ନୁହେଁ ତରଭା ବ୍ଲକ ଆଗରେ ଥିବା ଜଣେ ଦିବ୍ୟାଙ୍ଗ ଙ୍କ ଦୋକାନରୁ ବିଭିନ୍ନ ସାମଗ୍ରୀ ଏବଂ ଡ୍ର ରେ ଥିବା ଟଙ୍କା ଚୋରି କରିବା ସହିତ ନୂଆପଡା ପେଟ୍ରୋଲ ପମ୍ପ ପାର୍ଶ୍ୱରେ ଥିବା ଏକ ଘରୋଇ କଲ୍ୟାଣ ମଣ୍ଡପ ର ଷ୍ଟୋର ରୁମ ତାଲା ଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣାଯାଇଛି I ଚୋରି ଘଟଣା କୁ ନେଇ ତରଭା ଥାନାରେ ପୃଥକ ଭାବେ ଲିଖିତ ଅଭିଯୋଗ କରାଯାଇଛି I ଅଭିଯୋଗ ପାଇଲାପରେ ପୋଲିସ ତଦନ୍ତ ଆରମ୍ଭ କରିଛି I କିନ୍ତୁ ଗୋଟିଏ ରାତିରେ ଚାରି ଚାରି ଗୋଟି ସ୍ଥାନରେ ଚୋରି ଘଟଣା କୁନେଇ ଜନସାଧାରଣରେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ପୂର୍ବରୁ ମଧ୍ୟ ତରଭା ଅଞ୍ଚଳରେ ବାଇକ ଚୋରି, ଡକାୟତି, ସ୍ପଷ୍ଟ ଦିବାଲୋକରେ ଲୁଟ ଘଟଣା ଘଟିଥିବା ନଜର ରହିଛି I ହେଲେ ପୋଲିସ ଦୁର୍ବୃତ ମାନଙ୍କୁ ଧରିବାରେ ବିଫଳ ହେଉଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି I ସହରରେ ଅସାମାଜିକ କାର୍ଯ୍ୟକଳାପ, ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଯୁବ ପିଢ଼ି ଖରାପ ବାଟକୁ ଯାଉଥିବା ଏହାର ମୁଖ୍ୟ କାରଣ ବୋଲି ବୁଦ୍ଧି ଯିବି ମହଲରେ ଅସନ୍ତୋଷ ଦେଖା ଦେଇଛି I