Wednesday, December 25, 2024

୬୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଗିରଫ

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଉପ ଡାକଘର ଠାରୁ ୬୦ ଲକ୍ଷ ଟଙ୍କା ଓ ଗ୍ରାହକ ମାନଙ୍କ ପ୍ରାୟ ଦଶ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ଡାକଘର ଦୁଇ କର୍ମଚାରୀ ଙ୍କୁ ଗିରଫ କରିଛି ବଙ୍ଗୋମୁଣ୍ଡା ପୋଲିସ । ପ୍ରାପ୍ତ ସୂଚନା ମୁତାବକ ଗତ  ଅକ୍ଟୋବର ମାସ ୨୦୨୪ ରେ ନିଲମ୍ବିତ ହୋଇଥିଲେ ପୋଷ୍ଟ ମାଷ୍ଟର ଅଭିମନ୍ୟୁ ଛତ୍ରିଆ ଓ ପୋଷ୍ଟାଲ ସହାୟକ ପୂର୍ଣ୍ଣଚନ୍ଦ୍ର ଭୋଇ । ଅଭିଯୁକ୍ତ ପୋଷ୍ଟାଲ ସହାୟକ ପୂର୍ଣ୍ଣଚନ୍ଦ୍ର ଭୋଇ ଙ୍କୁ ବଙ୍ଗୋମୁଣ୍ଡା ଥାନା ବଡ଼ଗମଡା ଗାଁ ରୁ ଓ ପୋଷ୍ଟ ମାଷ୍ଟର ଅଭିମନ୍ୟୁ ଛତ୍ରିଆ ଙ୍କୁ କଣ୍ଟାବାଞ୍ଜି ଥାନା କୁକୁଡ଼ାହାଡ଼ ଗାଁ ରୁ ଗିରଫ କରିଛି ବଙ୍ଗୋମୁଣ୍ଡା ପୋଲିସ । ଟଙ୍କା ଆତ୍ମସାତ କରିଥିବା ନେଇ ଟିଟିଲାଗଡ଼ ଉପଖଣ୍ଡ ଡାକ ନିରୀକ୍ଷକ ମାନଭଞ୍ଜନ ନାଏକ ଏତଲା ଦେବାପରେ ବଙ୍ଗୋମୁଣ୍ଡା ପୋଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା I ତେବେ ଅଭିଯୁକ୍ତ ଦ୍ଵୟଙ୍କ ଜାମିନ ନା ମଞ୍ଜୁର ହୋଇଥିବା ବେଳେ ପୋଲିସ ବିଚାର ବିଭାଗୀୟ ଜେଲ ହେପାଜତ କୁ ପଠାଇଛି  । ଏହି ଘଟଣା କୁ ନେଇ ଗ୍ରାହକ ମାନଙ୍କ ମଧ୍ୟରେ ଡାକ ଘର ପ୍ରତି ଆସ୍ଥା ଓ ବିଶ୍ୱାସ ତୁଟିବାରେ ଲାଗିଛି I ଯେଉଁ ଲୋକମାନେ ଡାକଘର ଉପରେ ଆଶା ବିଶ୍ୱାସ କରି ହଜାର ହଜାର ଟଙ୍କା ଜମା କରୁଥିଲେ ସେହି ଲୋକ ମାନଙ୍କ ମନରେ କୋକୁଆ ଭୟ ଦେଖା ଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles