Wednesday, December 25, 2024

ଫକିର ବାବାଙ୍କ ଉର୍ସ ପର୍ବ ପାଇଁ ଶାନ୍ତି କମିଟି ବୈଠକ

ଆସନ୍ତା ଡ଼ିସେମ୍ବର ୧୪ ଓ ୧୫ ତାରିଖ ଦୁଇଦିନ ଧରି ତରଭା ମସଜିଦ ଠାରେ ଫକୀର ବାବାଙ୍କ ୪୩ ତମ ଉର୍ସ ଉତ୍ସବ ପାଳିତ ହେବ। ଏଥିପାଇଁ ଉର୍ସ ଉତ୍ସବ ଶାନ୍ତି କମିଟି ବୈଠକ ତରଭା ବ୍ଲକ ସଭାଗୃହରେ ସୋନପୁର ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର କୁମାର ନାଏକ,ଉପଜିଲ୍ଲାପାଳ ଡ଼ ସୌମ୍ୟରୁପା ରଥ, ବ୍ଲକ ଅଧ୍ୟକ୍ଷ ସରୋଜ କୁମାର କମ୍ପ,ବିଡ଼ିଓ ଗଙ୍ଗାରାମ ବୁଡେକ, ତହସିଲଦାର ତୁଳା ମୁଦୁଲି,ସିଡିଏମଓ ପ୍ରଦୀପ କୁମାର ଗୁରୁ,ତରଭା ମେଡ଼ିକାଲ ଅଫିସର ରଶ୍ମିରଞ୍ଜନ ଚୌହାନ ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଯୋଗଦେଇଥିଲେ I ଉର୍ସ ଉତ୍ସବ ସମୟରେ ଆବଶ୍ୟକ ହେଉଥିବା ସମସ୍ତ ବିଷୟରେ ଟିକିନିକି ଆଲୋଚନା କରିଥିଲେ। ଉର୍ସ ସମୟରେ ଓଡିଶା ତଥା ଓଡିଶା ବାହାରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ମୁସଲମାନ ସମ୍ପ୍ରଦାୟର ଭକ୍ତମାନେ ଫକୀର ବାବାଙ୍କ ମଜାର ଦର୍ଶନ ପାଇଁ ଆସୁଥିବାରୁ ସେମାନଙ୍କ ରହିବା,ଖାଇବା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା,ଆଇନ ଶୃଙ୍ଖଳା,ବିଦ୍ୟୁତ ଯୋଗାଣ, ପାର୍କିଂ ବ୍ୟବସ୍ଥାର ସୁପରିଚାଳନା,ସହରର ସଫେଇ ବ୍ୟବସ୍ଥା ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା। ଭିଡକୁ ଦୃଷ୍ଟିରେ ରଖି ଯେପରିକି ଯାତାୟତରେ କୌଣସି ଅସୁବିଧା ନ ହେବା , ଯାନବାହାନ ଚୋରି ଯେମିତି ନ ହେବ ସେ ନେଇ ପୋଲିସ ଦୃଷ୍ଟି ଦେବାକୁ କୁହାଯାଇଥଲା I ଜିଲ୍ଲାପାଳ ଉର୍ସ ସମୟରେ ସମସ୍ତ ବିଭାଗ ଗୁଡିକ ସେମାନଙ୍କ କାର୍ଯ୍ୟ ସୁଚାରୁରୁପେ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଉପ ନଗରପାଳ ଗଗନ କୁମାର ଅଗ୍ରୱାଲ,ପୂର୍ବତନ ନଗରପାଳ ଶୈଳେନ୍ଦ୍ର କୁମାର ସାହୁ,ବରିଷ୍ଠ ନାଗରିକ କମିଟି ସଭାପତି ଦେବେନ୍ଦ୍ର ବିଜୟ ସାହୁ,ଜୟପ୍ରକାଶ ନାରାୟଣ ସାହୁ,ସାମ୍ବାଦିକ ଅଶୋକ କୁମାର ସାହୁ,ମାନଭଞ୍ଜନ ମିଶ୍ର,ରାଜକୁମାର ମାହାଣା,କପିଳାସ ସେଠ,ଅନ୍ତର୍ଯ୍ୟାମୀ ସାହୁ,ରାଜେଶ କୁମାର ମେହେର,ମନୋଜ ମନହୀରା,ଭୋଲା କୁମାର ବର୍ମା,ମସଜିଦ ମଜାର କମିଟି ସଭାପତି ସେହେବାଜ ଖାନ,ସମ୍ପାଦକ ଅସଲମ ଖାନ,ଉପସଭାପତି କ୍ୱାଜ ମହମ୍ମଦ,ଆକବର ଅଲ୍ଲୀ,ଏହେସାନ ଖାନପ୍ରମୁଖ ଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ପ୍ରାରମ୍ଭରେ ବିଡ଼ିଓ ଶ୍ରୀ ବୁଡେକ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଶ୍ରୀ କମ୍ପ ଧନ୍ୟବାଦ ଦେଇଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles