ସୁବର୍ଣ୍ଣପୁର : ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ସୁବର୍ଣ୍ଣପୁର ଅବକାରୀ ବିଭାଗ । ବୁଧବାର କୌଣସି ସୂତ୍ରରୁ ଖବର ପାଇ ସୋନପୁର ସହରର କୁଞ୍ଜ ଛକ ନିକଟରେ ଏକ ଟାଟା ଭିକ୍ଟା ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଚଢାଉ କରିଥିଲା ଅବକାରୀ ବିଭାଗ । ଚଢାଉ ସମୟରେ ଉକ୍ତ ଗାଡି ଅଟକାଇ ଯାଞ୍ଚ କରିଥିବା ବେଳେ ଗାଡି ଭିତରୁ ଗଞ୍ଜେଇ ଭର୍ତ୍ତି ୨ ଟି ବସ୍ତା ମିଳିଥିଲା । ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ କରିବା ସହ ଗାଡିର ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ନିକଟସ୍ଥ ବୌଦ୍ଧ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି । ବାରମ୍ବାର ସୁବର୍ଣ୍ଣପୁର ଜିଲ୍ଲା ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଅବକାରୀ ଓ ପୋଲିସ ବିଭାଗର ନିସ୍କ୍ରିୟତା ଉପରେ ଜନସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।