ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗ୍ରାମରେ ଥିବା ମମିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା I ଦିର୍ଗ ୪୫ ମିନଟ ସମୟ ଧରି ପରିବାର ଵର୍ଗ ଙ୍କ ସହ ଆଲୋଚନା ପରେ ମୃତକ ମମିତା ମେହେରଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ମମିତାଙ୍କୁ ନ୍ୟାୟ ପ୍ରଦାନ ଏବଂ ଦୋଷୀ କୁ ଉଚିତ ଦଣ୍ଡ ଦିଆଯିବା ନେଇ ପ୍ରତିଶୁତି ଦେଇଥିଲେ I ମମିତାଙ୍କ ପରିବାର ବର୍ଗ ଦୋଷୀ କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି ରଖିଥିଲେ । ଅନ୍ୟ ପକ୍ଷରେ ଗ୍ରାମ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ମମିତାଙ୍କ ପରିବାର ବର୍ଗ କୁ କ୍ଷତି ପୂରଣ ଏବଂ ଜଣ କୁ ସରକାରୀ ଚାକରି ଦେବା ପାଇଁ ଅନୁରୋଧ କରିଥିଲେ । ତେବେ ମହିଳା କମିଶନର ପରିବାର ବର୍ଗ କୁ ସାକ୍ଷତ ପରେ ଦେଖିବାକୁ ବାକି ରହିଲା ଯେ ମହିଳାଙ୍କ ପ୍ରତି ହୋଇଥିବା ନିର୍ଯ୍ୟାତନା ଏବଂ ହତ୍ୟାକାରୀଙ୍କ ବିରୋଧରେ ଓ ଏହି ଘଟଣାରେ ସାମିଲ ରହିଥିବା ବଡ ବାଡ଼ିଆଙ୍କୁ ଉଚିତ ଦଣ୍ଡ ଦିଆଯିବ ନାଁ ଅନ୍ୟ ଘଟଣା ଭଳି କଥାକୁ ଚାପି ଦିଆଯିବ ବୋଲି ସ୍ଥାନୀୟ ଅଚଳ ରେ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚା ର ବିଷୟ ପାଲଟିଛି ।