ବହୁ ଚର୍ଚ୍ଚିତ ମମୀତା ମେହେର ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ଏହି ମାମଲାର ସିବିଆଇ ତଦନ୍ତ ଦାବିରେ ଆଜି କଂଗ୍ରେସ ଦଳ ଛଅ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଗତକାଲି ହାଇକୋର୍ଟଙ୍କ ରାୟ ପରେ କାହାକୁ ଜୋର ଜବରଦସ୍ତି କରା ନ ଯାଇ ବନ୍ଦ ପାଳନ କରାଯାଇଛି I କଣ୍ଟାବାଞ୍ଜି ନଗର କଂଗ୍ରେସ ସଭାପତି ଡମ୍ବରୁ ବେହେରା ଓ ଯୁବ ନେତା ସେଜି ସିଂ ଙ୍କ ନେତୃତ୍ବରେ କଂଗ୍ରେସ ଦଳୀୟ କର୍ମୀମାନେ ଏକ ରାଲିରେ ବାହାରି ସହର ପରିକ୍ରମା କରି ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର କଣ୍ଟାବାଞ୍ଜି ଥାନା ଆଧିକାରୀ ଙ୍କୁ ପ୍ରଦାନ କରିଥିଲେ । ସେହି ପରି ତୁରେକେଲା ବ୍ଲକ ସଭା ବାଳକୃଷ୍ଣ ସେଲମା ଓ କାର୍ତିକ ପୁଟେଲ ଙ୍କ ନେତୃତ୍ୱରେ ତୁରେକେଲା ବନ୍ଦ ସଫଳ ହୋଇଛି । ଆଜି କଣ୍ଟାବାଞ୍ଜି ସହର ଓ ତୁରେକେଲା ଠାରେ ଲୋକେ ସ୍ଵତଃ ପ୍ରବୃତ ଭାବେ ସମସ୍ତ ଦୋକାନ ,ବଜାର ବନ୍ଦ ରଖିଥିବା ବେଳେ କାଁ ଭାଁ କିଛି ଲୋକ ଯିବା ଆସିବା କରୁଥିବା ଏବଂ ସ୍କୁଲ, କଲେଜ ଖୋଲା ରହିଥିଲା I ପୋଲିସ ପକ୍ଷରୁ ବନ୍ଦ କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା