Friday, November 15, 2024

ହାତୀ ଉପଦ୍ରବ କୁ ନେଇ ଭୟଭୀତ ଗ୍ରାମବାସୀ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ତୁରେକେଲା ଅଞ୍ଚଳରେ ହାତୀ ପଲ ବୁଲୁ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମିଳିଥିବା ସୂଚନା ଅନୁସାରେ ଗତ ଦୁଇଦିନ ତଳେ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼କେନ୍ଦୁ ଗ୍ରାମରେ ହତିପଲ ରାତ୍ରି ସମୟରେ ଆସି ଗ୍ରାମବାସୀଙ୍କ ଧାନ ଫସଲ ନଷ୍ଟ କରିବା ସହିତ ଗୋଟିଏ ପରିବାର ର ଘରକୁ ଭାଙ୍ଗି ଧାନ ଚାଉଳ ଏବଂ ଆସବାବପତ୍ର ସବୁ ନଷ୍ଟ କରି ଦେଇଛନ୍ତି। ଗ୍ରାମବାସୀ ଜଙ୍ଗଲ ବିଭାଗକୁ ଅନୁରୋଧ କରିବା ସତ୍ତ୍ୱେ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି I ଏଣୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନୁରୋଧ କହିଛନ୍ତି ଗ୍ରାମବାସୀ । ସେହିଭଳି ବଡ଼ବାଙ୍କୀ ଗାଁ ର ଝସକେତନ ବରିହା ଓ କ୍ଷୀରସିନ୍ଧୁ ପୁଟେଲଙ୍କ ଚାଷ ଜମିରେ ସେହି ହାତୀପଲ ରାତିରେ ଆସି ତାଙ୍କର ସବୁ ଫସଲ ନଷ୍ଟ କରି ଦେଇଥିବା ଅଭିଯୋଗ କରିଛନ୍ତି। ବାରମ୍ବାର ହାତୀ ଉପଦ୍ରବ ଫଳରେ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧା ର ସାମନା କରୁଛନ୍ତି I ହାତୀ ଉପଦ୍ରବରୁ ଗ୍ରାମବାସୀଙ୍କୁ ରକ୍ଷା ଏବଂ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନୀୟା ଲୋକେ ପ୍ରଶାସନ ଆଗରେ ଦାବି କରିଛନ୍ତି I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles