ସୁବର୍ଣ୍ଣପୁର : ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ତରଭା ଠାରେ ଭାରତ ସ୍କାଉଟ ଗାଇଡ଼ ସୁବର୍ଣ୍ଣପୁର ଓ ମିଳିତ ଶିକ୍ଷକ ସଙ୍ଘ ତରଭା ଅନୁକୁଲ୍ୟରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ମୋଟ 66 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା I ସେମାନଙ୍କ ମଧ୍ୟରୁ 49 ଜଣ ପୁରୁଷ ଓ 17 ଜଣ ମହିଳା ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ଇତ୍ୟବସରରେ ହୋଇଥିବା ଏକ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରଜ କୁମାର ସେଠି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ତରଭା ବିଡ଼ିଓ ବିନୟ କୁମାର ପଟେଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ନିରୀକ୍ଷକ ଦୁର୍ଯୋଧନ ରାଉତ,ବିଇଓ ଗଣେଶ କିଷାନ,ଏବିଏଓ ଭୁବନେଶ୍ୱର ଦାସ,ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ରଞ୍ଜିତ ରଥ, ଶିକ୍ଷକ ସୁଦାମ ସାହୁ ଯୋଗଦାନ କରିଥିଲେ I ଅତିଥିମାନଙ୍କୁ ସ୍କାଉଟ ଗାଇଡ ଝିଅ ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା I ମୁଖ୍ୟ ଅତିଥି ଫିତା କାଟି ଶିବିର ର ଶୁଭ ଉଦଘାଟନ କରିଥିଲେ I ଅଥିତିମାନେ ନିଜ ବକ୍ତବ୍ୟରେ ରକ୍ତଦାନ ର ମହତ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ I ଶିବିରରେ ତରଭା ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ I ସଭାକାର୍ଯ୍ୟ ଶେଷରେ ଶିବତୁଲା ସିଆରସିସି ସୁଶାନ୍ତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ I