ତରଭା : ଆଜି ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳରେ ଥିବା ସମସ୍ତ 12 ଗୋଟି ଖରିପ ଋତୁ ଧାନମଣ୍ଡି ଜିଲ୍ଲା ପ୍ରଶାସନ ଦ୍ୱାରା ଶୁଭ ଉଦଘାଟିତ ହୋଇଯାଇଛି I ଏଣିକି ଆସନ୍ତା କଲି ଠାରୁ ଚାଷୀମାନେ ନିଜ ଅମଳ କରିଥିବା ଧାନ ବିକ୍ରି କରିପାରିବେ I ସେହିପରି ଗରାମହୁଲ ଠାରେ ନବନିର୍ମିତ ଉପବଜାର ପ୍ରାଣଙ୍ଗମ ବା ଆରଏମସି ଗୃହ ଠାରେ ଉଦଘାଟିତ ଧାନମଣ୍ଡିରେ ଏସିଏସଓ ତ୍ରୀନାଥ ଭୋଇ, ସମବାୟ ନିରୀକ୍ଷକ ଅକ୍ଷୟ ମେହେର, ଆରଏମସି ସମ୍ପାଦକ ଉଦିତ କୁମାର ବାବୁ ଯୋଗଦାନ କରିଥିଲେ I ଆଞ୍ଚଳିକ କୃଷକ ସଂଗଠନର ସଭାପତି ସଦାନନ୍ଦ ପାଣିଗ୍ରାହୀ,ସମ୍ପାଦକ ପୁରନ୍ଦର ବାଗ,ଭୋଲା କୁମାର ବର୍ମା ସାମ୍ବାଦିକ ରାଜେଶ ମୁକାର ମେହେର ପ୍ରମୁଖ ଉଦଘାଟନ ଉତ୍ସବ ରେ ସାମିଲ ରହି ଧାନକିଣା କିପରି ଭାବରେ ସୁରୁଖୁରୁ ରେ ଚାଲିବ, ଚାଷୀମାନେ ହଇରାଣ ହରକତରେ ନ ପଡିବେ, ଧାନ କିଣାରେ କିପରି ସ୍ୱଚ୍ଛତା ଅଣାଯିବ ସେ ଦିଗରେ ଆଲୋଚନା କରିଥିଲେ I ଏହାସହ ଚାଷୀ ମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଉପସ୍ଥିତ ଚାଷୀଭାଇ,ଏସଏଚଜି ମହିଳାମାନଙ୍କୁ ଧାନକିଣାର ନିୟମାବଳୀ ଉଲ୍ଲେଖ ଥିବା ଲୀପଲେଟ ବଣ୍ଟନ କରିଥିଲେ I ଏସିଏସଓ ତ୍ରିନାଥ ଭୋଇ ମଧ୍ୟ ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଧାନ କିଣା ଠିକ ଭାବରେ ଚାଲିବ ବୋଲି ପ୍ରକାଶ କରିଥିଲେ I