ତରଭା : ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଥିଲା ଶେଷ ତାରିଖ I ଆଜି ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି I ବିଜେଡି ବିଜେପି କଂଗ୍ରେସ ତଥା ସ୍ୱାଧୀନ ପ୍ରାର୍ଥୀ ମାନେ ଦଳ ବଳ ବାଜା ଗଜା ଧରି ଶୋଭାଯାତ୍ରାରେ ବାହାରି ତରଭା ଏଏନସି ପର୍ଯ୍ୟନ୍ତ ପହଞ୍ଚିଥିଲେ I ଚଳିତ ଥର ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ମହିଳା ସଂରକ୍ଷଣ ରହିଛି I ଅଧ୍ୟକ୍ଷ ପଦବୀପାଇଁ ମୋଟ ଚାରିଜଣ ମହିଳା ପ୍ରାର୍ଥୀନୀ ନାମାଙ୍କନପତ୍ର ଦାଖଲ କରିଛନ୍ତି I ବିଜେଡି ଦଳ ତରଫରୁ ବନ୍ଦିତା ନାୟକ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ ଶିବାନୀ ସେଠି , କଂଗ୍ରେସ ପକ୍ଷରୁ ପ୍ରଣତି ନାୟକ , ସ୍ୱାଧୀନ ପ୍ରାର୍ଥୀନୀ ଭାବେ ହିମାଦ୍ରୀ ରାଉତିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ୱIର୍ଡମେମ୍ବର ଭାବେ ସମସ୍ତ ବାର ଗୋଟି ୱାର୍ଡ ରେ ବିଜେଡି ବିଜେପି ଦଳ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ଦଳ କୌଣସି ପ୍ରାର୍ଥୀ ଦେଇନଥିବା ଜଣାଯାଇଛି I ସେହିପରି ସ୍ୱାଧୀନ ପ୍ରାର୍ଥୀ ଭାବେ ଦଶ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ରହିଛି I ଆସନ୍ତା ନଅ ତାରିଖ ସ୍କୁଟନୀ ରହିଥିବା ବେଳେ ବାର ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର ତାରିଖ ଧାର୍ଯ୍ୟ କରାଯାଇଥିବା ଜଣାଯାଇଛି I