Friday, November 15, 2024

ସମନ୍ୱିତ ଶିଶୁବିକାଶ ବିଭାଗ ଦ୍ୱାରା ନିମ୍ନମାନର ଛତୁଆ ଯୋଗାଣ

ଢେ଼ଙ୍କାନାଳ : ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ଦ୍ୱାରା ନିମ୍ନମାନର ଛତୁଆ ଯୋଗାଣ ହେଉଥିବା ଅଭିଯୋଗ ହୋଇଛି I ଗର୍ଭବତୀ ମହିଳା, ପ୍ରସୂତି ଓ ଶିଶୁମାନଙ୍କୁ ନିମ୍ନମାନର ଛତୁଆ ପ୍ରଦାନ କରାଯାଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଜଣାଯାଇଛି I ପ୍ରାୟ ଆଠବର୍ଷ ହେବ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ ହାତରେ ଛତୁଆ ଯୋଗାଣ ଦାୟିତ୍ୱ ଦିଆଯାଇଛି I ବିଭାଗୀୟ କାର୍ଯାଳୟରେ ଦଲାଲମାନେ ଡେରା ପକାଇ ନିଜସ୍ୱ ଲାଭ ପାଇଁ ଅଧିକାରୀ ଓ କର୍ମଚାରୀ ଙ୍କୁ ହାତକରି ଏସବୁ କାର୍ଯ୍ୟ କରୁଥିବା ଶୁଣିବାକୁ ମିଳୁଛି I ଗର୍ଭବତୀ, ପ୍ରସୂତି ଏବଂ କୁନି କୁନି ଶିଶୁ ମାନଙ୍କ ପାଇଁ ସରକାର ପୁଷ୍ଟିକର ଖାଦ୍ୟ ଯେପରିକି ଅଣ୍ଡା ଛତୁଆ ଆଦି ଅଙ୍ଗନବାଡି କେନ୍ଦ୍ର ଜରିଆରେ ଯୋଗାଈ ଦେଉଛନ୍ତି । ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। ହେଲେ ହିନ୍ଦୋଳ ଉପଖଣ୍ଡରେ ନିମ୍ନମାନର ଛତୁଆ ଯୋଗାଣ ହେଉଥିବାରୁ ତାହା ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି ବୋଲି ଅଭିଯୋଗ ହେଉଛି I ହିନ୍ଦୋଳ ବ୍ଲକରେ ୩୫ଗୋଟି ପଞ୍ଚାୟତ ଓ ଗୋଟିଏ NAC କୁ ମିଶାଇ ମୋଟ ୪୨୩ ଗୋଟି ଅଙ୍ଗନବାଡି କେନ୍ଦ୍ର ରହିଛି।ଏହାକୁ ୧୬ଗୋଟି ସେକ୍ଟରରେ ବିଭକ୍ତ କରି ଅଣ୍ଡା ଛତୁଆ ଆଦି ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଉଛି। ଛତୁଆ ପ୍ରସ୍ତୁତି ସମ୍ପର୍କରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ମାନଦଣ୍ଡ ନିର୍ଦ୍ଧାରଣ କରାଯାଉଥିବା ବେଳେ ତାହାକୁ ସଠିକଭାବେ ପାଳନ କରାଯାଉନାହିଁ। ଛତୁଆପାଇଁ ପ୍ରସ୍ତୁତି ସାମଗ୍ରୀ ମିଶ୍ରଣ ପୂର୍ବରୁ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ସଠିକ ଭାବେ ଯାଞ୍ଚ କରୁନାହାନ୍ତି। ତେଣୁ ଛତୁଆ ପ୍ରସ୍ତୁତ କରୁଥିବା ଗୋଷ୍ଠୀ ନିମ୍ନମାନର ଛତୁଆ ଯୋଗାଣ କରୁଛନ୍ତି। ନିଜେ ବିଭାଗୀୟ ଅଧିକାରୀ ଛତୁଆ ତିଆରିରେ କଣ ସବୁ ମିଶ୍ରଣ କରି ପ୍ରସ୍ତୁତ କରାଯାଏ ତାହା ମଧ୍ୟ କହି ପାରୁନାହାନ୍ତି । ତେବେ ଏହି ସବୁର ଉଚ୍ଚସ୍ତରୀୟ ତଦନ୍ତକରି କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବିହେଉଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles