Friday, November 15, 2024

କଳସ ଯାତ୍ରାରେ ବାହାରିଲେ ଶତାଧିକ ମହିଳା

ବଲାଙ୍ଗୀର : ଖଲିଆପାଲି ଗ୍ରାମରେ ହେବାକୁ ଯାଉଛି 24 ପ୍ରହରୀ ନାମଯଜ୍ଞ I ଯାହାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଖଲିଆପାଲି ଗ୍ରାମର ଶତାଧିକ ମହିଳାମାନେ କଳସଯାତ୍ରାରେ ବାହାରିଥିଲେ I ପ୍ରଥମେ ତରଭା ସ୍ଥିତ ବଡ଼ବନ୍ଧ ପୋଖରୀରୁ କଳସ ବୁଡାଇ ପୂଜାର୍ଚନା କରି ମହିଳାମାନେ ସହର ପରିକ୍ରମା କରି ପୁନଃ ଖଲିଆପାଲି ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଥିଲେ I ଏହି ଧାର୍ମିକ କାର୍ଯ୍ୟକ୍ରମରେ ହୁଳହୁଳି ବାଦ୍ୟ ପ୍ରଭୁଙ୍କ ଭଜନରେ କମ୍ପି ଉଠୁଥିଲା ତରଭା ସହର I ଗ୍ରାମବାସୀଙ୍କ ତରଫରୁ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା I ନାମଯଜ୍ଞର କର୍ତ୍ତା ଭାବେ ସତ୍ୟପ୍ରିୟ ମହଲା ଏବଂ ତାଙ୍କ ପତ୍ନୀ ମମତା ମହଲା ଦାଇତ୍ୱ ତୁଲାଉଛନ୍ତି I ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତେ ସହଯୋଗ କରିଥିବା ଜଣାଯାଇଛି I ନାମଯଜ୍ଞ ପାଇଁ ହେଇଥିବା କଳସ ଯାତ୍ରାରେ ସରପଞ୍ଚ ପରକ୍ଷୀତ ଶତପଥୀ, ବୃନ୍ଦାବନ ମହଲା, ସନ୍ତୋଷ ମହଲା, ଗୁଲାମ ଖାନ, ନାଶରୁଦ୍ଦିନ ଖାନ, ଜ୍ଞାନ ଷଡ଼ଙ୍ଗୀ, ବୀରମଣୀ ବଗର୍ତ୍ତୀ, ରଂଜିତ ନାଏକ, ବଦରୁଦ୍ଦିନ ଖାନ, ଭୀମସେନ ମହଲା ପ୍ରମୁଖ ସହଯୋଗ କରିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles