Friday, November 15, 2024

ମାହେଶ୍ୱରୀ ସଂଗଠନ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ତରଭା : ମାହେଶ୍ୱରୀ ସୋସିଆଲ ୱେଲଫେଆର ଅର୍ଗାନାଇଜେସନ ବଲାଙ୍ଗୀର ଏବଂ ବରଗଡ ବିକାଶ ହସ୍ପିଟାଲ ର ମିଳିତ ଅନୁକୁଲ୍ୟରେ ଆଜି ତରଭା ମାରୱାଡି ଧର୍ମଶାଳା ଠାରେ ଏକ ମାଗଣା ହେଲଥ କେମ୍ପ ର ଆୟୋଜନ କରାଯାଇଥିଲା I ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଅତିଥି ଭାବେ ଯୋଗଦେଇ ଫିତା କାଟି ଏହାର ଶୁଭ ଉଦଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ହୋଇଥିବା ସଭାରେ ଉପଜିଲ୍ଲାପାଳ ଏଇପିସିତା ମିଶ୍ର,ତରଭା ତହସିଲଦାର ଅନାଦି ଚରଣ ସାହୁ,ଅତିରିକ୍ତ ତହସିଲଦାର ସୂର୍ଯ୍ୟମଣି ଭୋଇ,ଏନଏସି ଅଧ୍ୟକ୍ଷା ବନ୍ଦିତା ନାୟକ,ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ,ଏବିଡିଓ ନିରଞ୍ଜନ ନାଏକ ଏଇଏସ କଲେଜ ଅଧ୍ୟକ୍ଷା ସୁଶ୍ରୀ ମିନତୀ ମିଶ୍ର, ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ,ମାହେଶ୍ୱରୀ ସଂଗଠନର ମୁଖ୍ୟ ଅଙ୍କୁଶ ପାଣ୍ଡିଆ,ସୁନିତା ଗିରି,ଲୋଟସ ଷଡ଼ଙ୍ଗୀ,ଗଗନ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ରହିଥିଲେ I ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଭା ଜଗନ୍ନାଥ ତିନିଠାକୁର ଙ୍କ ଫଟୋଚିତ୍ର ରେ ଧୁପଦ୍ୱୀପ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା I ସଭା କାର୍ଯ୍ୟପାରେ ବିକାଶ ହସ୍ପିଟାଲର ଡାକ୍ତରମାନଙ୍କ ଦ୍ୱାରା ରୋଗୀମାନଙ୍କ ଯାଞ୍ଚ କରିବା ସହ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା I ଏହି କାର୍ଯ୍ୟକ୍ରମରେ ତରଭା ମାହେଶ୍ୱରୀ ସଂଗଠନର ସଭାପତି ପ୍ରଦୀପ ମେହେର,ଆୟୁଷ ଅଗ୍ରୱାଲଙ୍କ ସମେତ ସମସ୍ତ ସଭ୍ୟ ପୁର୍ଣ ସହଯୋଗ କରିଥିଲେ I ଆଜିର ଏହି ଶିବିରରେ ପ୍ରାୟ 1200 ରୁ ଉର୍ଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles