Friday, November 15, 2024

ବିବାହ ପୂର୍ବରୁ ଉଦ୍ଧାର ହେଲେ ୨ ଜଣ ନାବାଳିକା ଓ ଜଣେ ୨୧ ବର୍ଷରୁ କମ ବୟସର ପୁଅ

ସୁବର୍ଣ୍ଣପୁର : ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହ ଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ବିହିତ ପଦକ୍ଷେପ ନିଆଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ ଅନ୍ତର୍ଗତ ଜାମପାଲି ଓ ସର୍ଗୁଣl ଗ୍ରାମର 3 ଜଣଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୨ ଜଣ ଝିଅ ଏବଂ ଜଣେ ୨୧ ବର୍ଷରୁ କମ ବୟସର ପୁଅ ଙ୍କ ବିବାହ ହେବାକୁ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚାଇଲଡ ହେଲ୍ପ ଲାଇନ, ଆଶିଷ କୁମାର ମେହେର, ସେକ୍ଟର ସୁପରଭାଇଜର ସୀତା ମେହେର ପ୍ରମୁଖ ନାବାଳିକାଙ୍କ ଘରକୁ ଯାଇ କିଶୋରୀ ବାଳିକା ମାନଙ୍କୁ 18 ବର୍ଷ ଓ କିଶୋର ବାଳକର ବୟସ ୨୧ ବର୍ଷ ପୂରଣ ନ ହେବା ପର୍ଯ୍ୟନ୍ତ ବିବାହ କରାଇଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ପରିବାର ବର୍ଗ ଙ୍କୁ ପରାମର୍ଶ ଦେଇଥିଲେ l ବାହା ଘର ବନ୍ଦ କରିବା ସଙ୍ଗେ ସଙ୍ଗେ 2 ଜଣ ଝିଅ ଓ ଜଣେ ପୁଅ କୁ ଉଦ୍ଧାର କରି ଜିଲ୍ଳା ଶିଶୁ ମଙ୍ଗଳ କମିଟିରେ କୁ ହସ୍ତାନ୍ତର କରିଥିଲେ l ବର୍ତ୍ତମାନ ଉଦ୍ଧାର ହୋଇଥିବା ଗୋଟିଏ ଝିଅ କୁ ସୋନପୁର ସ୍ଵଧାର ଗୃହ ଏବଂ ଅନ୍ୟ ଏକ ଝିଅ କୁ ଜିଲ୍ଳା ଶିଶୁ ଗୃହରେ ଥଇଥାନ କରାଯାଇଛି l ଉଭୟ ଝିଅ ଆଗକୁ ପଢ଼ିବାର ପରାମର୍ଶ ଦେବା ସହ ବୈଷୟିକ ତାଲିମ ଦେବା ନିମନ୍ତେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା ଏକ୍ସନ ଏଡ଼ ରାକେଶ ପ୍ରଧାନ ବୁଝାଇଥିଲେ l ଝିଅ ଦ୍ବୟ ୧୮ ବର୍ଷ ପୂରଣ ହେଲେ ହିଁ ବିବାହ କରିବେ ବୋଲି ସହମତି ପ୍ରଦାନ କଲେ ଏବଂ ବୈଷୟିକ ଶିକ୍ଷା ଗ୍ରହଣ କରିବେ ବୋଲି ଝିଅ ଦ୍ବୟ ଙ୍କ ପିତା ମାତା ମଧ୍ୟ ସହମତି ହେବା ଜଣାଯାଇଛି I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles