ସୁବର୍ଣ୍ଣପୁର : ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳର ବହୁ ବୁଣାକାର ସମାଜସେବୀ ବଳଦେବ ବେଦବାକ ଙ୍କ ନେତୃତ୍ୱରେ ହସ୍ତତନ୍ତ ଅତିରିକ୍ତ ନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ I ଦୀର୍ଘ ଦିନରୁ ସେମାନେ ମଙ୍ଗାଗାତ କଂକ୍ରିଟ କରଣ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ନାହିଁ I ଫଳରେ ସେମାନେ ବାଧ୍ୟ ହୋଇ ହସ୍ତତନ୍ତ ଅତିରିକ୍ତ ନିର୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ପ୍ରଦର୍ଶନ କରିଛନ୍ତି I ବୁଣାକାରମାନଙ୍କ କହିବା ଅନୁସାରେ ଉଚିତ ହିତାଧକାରୀଙ୍କୁ ବାସଗୃହ ଦିଆ ନ ଯାଇ ବିଭାଗୀୟ ଅଧିକାରୀ ଏବଂ ସେକ୍ରେଟାରୀ ମିଶି 15000 ତାଙ୍କ ଲାଞ୍ଚ ନେଇ ବୁଣାକାର ହୋଇନ ଥିବା ଲୋକମାନଙ୍କୁ ବାସଗୃହ ବଣ୍ଟନ କରିଛନ୍ତି I ଖାଲି ସେତିକି ନୁହେଁ ସୋଲାର ଇନଭେଟର ଲାଇଟ ଏବଂ ସରକାରୀ ସବସିଡି ରେ ଆସୁଥିବା ସୁତା ମଧ୍ୟ ଗରିବ ବୁଣାକାର ମାନଙ୍କ ପାଖକୁ ପହଞ୍ଚି ପାରୁନାହିଁ I ଯାହାକୁ ନେଇ ସେମାନେ ଲିଖିତ ଅଭିଯୋଗ କରିବା ସହିତ ଆଗାମି ଦିନରେ ଏହାର ସମାଧାନ କରାନ ଗଲେ ଆନ୍ଦୋଳନ କୁ ଆହୁରି ଜୋରଦାର କରାଯିବ ବୋଲି ଶ୍ରୀ ବଳଦେବ ବେଦବାକ ପ୍ରକାଶ କରିଛନ୍ତି I