ସୁବର୍ଣ୍ଣପୁର ତରଭା ହାଟପଦା ସ୍ଥିତ ଅବଦୁଲ ସକୁର ସାହା ଓରଫ ଫକିର ବାବାଙ୍କ ମସଜିଦ ପରିସରରୁ ଚୋରି ଘଟଣାର ଅଭିଯୁକ୍ତକୁ ଗିରଫ କଲା ତରଭା ପୋଲିସ I ଗତ ୮ ତାରିଖ ଦିନ ଦେବଗଡ଼ ରୁ ଜଣେ ଶ୍ରଦ୍ଧାଳୁ ଫକୀର ମୋହନ କର ତରଭା ମସଜିଦକୁ ଫକିର ବାବାଙ୍କ ଦର୍ଶନ ପାଇଁ ଆସିଥିଲେ I ସେ ରାତ୍ରିରେ ସୋଇଥିବା ବେଳେ ପ୍ରାୟ ବରଘଣ୍ଟା ତିରିଶ ମିନିଟ ମିନିଟ ସମୟରେ ତାଙ୍କ ତିନିଗୋଟି ମୋବାଇଲ ଗୋଟିଏ ପେନକାର୍ଡ,ଆଧାର କାର୍ଡ, ଏଟିଏମ, ଭେନେଟି ବେଗ ସହ ନଗଦ ଏଗାର ହଜାର ଟଙ୍କା ଚୋରି ହୋଇଥିଲା I ଯାହାକୁ ନେଇ ତରଭା ଥାନା ରେ ଏକ ମାମଲା ରୁଜୁ ହୋଇଥିଲା I ତରଭା ପୋଲିସ ଆଇଆଇସି ସୁବ୍ରତ ପାଣିଗ୍ରାହୀ ନିଜେ ଏହାର ତଦନ୍ତ ଭରା ହାତକୁ ନେଇ ଥିଲେ I ତେବେ ଚୋରକୁ ଧରିବାରେ ତରଭା ପୋଲିସ ସକ୍ଷମ ହୋଇଛି I ଉକ୍ତ ଚୋରା ନିକଟରୁ ପୂର୍ବରୁ ମଧ୍ୟ ସୋନପୁରରୁ ଚୋରି କରିଥିବା ଗୋଟିଏ ହିରୋହାଣ୍ଡା ସ୍ପେଲେଣ୍ଡର,ବଲାଙ୍ଗୀର ସହରର ଡେଲି ମାର୍କେଟ ନିକଟରେ ଥିବା ସୁଦାମ ଚନ୍ଦ୍ର ବହିଦାରଙ୍କ ଙ୍କ ଘରୁ ଚୋରି କରିଥିବା ଗୋଟିଏ ଲେପଟପ,ତରଭା ମସଜିଦରୁ ଚୋରି କରିଥିବା ତିନିଗୋଟି ମୋବାଇଲ ଗୋଟିଏ ପେନକାର୍ଡ,ଆଧାର କାର୍ଡ, ଏଟିଏମ, ଭେନେଟି ବେଗ ସହ ନଗଦ ସାତ ହଜାର ଟଙ୍କା ତରଭା ପୋଲିସ ଜବତ କରିଛି I ଚୋରି କରିଥିବା ବ୍ୟକ୍ତି ଜଣକ ସମ୍ବଲପୁର ସହର ଦଳାଇ ପଡାର ଫୈଜଲ ଖାନ ଯାହାର ବୟସ 27 ବର୍ଷ ହେବ ବୋଲି ପୋଲିସ ସୂଚନା ପ୍ରଦାନ କରିଛି I ଅଭିଯୁକ୍ତ ର ଡାକ୍ତରୀ ମାଇନା କଲାପରେ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି I