Friday, November 15, 2024

କଣ୍ଟାବାଞ୍ଜି ବ୍ୟବସାୟୀ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି ଦିନକୁ ଦିନ ଅଞ୍ଚଳରେ ଚୋରି , ଡକାୟତି, ଲୁଟ ଭଳି ଘଟଣା ବଢ଼ିବାରେ ଲାଗିଛି I ଯାହାକୁ ନେଇ ଚାନ୍ତିରେ ଅଞ୍ଚଳବାସୀ I ଏସବୁ କୁ ନେଇ କଣ୍ଟାବାଞ୍ଜି ବ୍ୟବସାୟୀ ସଂଘ ପକ୍ଷରୁ ସ୍ଥାନୀୟ ହରିଭବନ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିକଟରେ ପାଟଣାଗଡ଼ ଠାରେ ସୁନା ଦୋକାନ ଚୋରି, ବଙ୍ଗୋମୁଣ୍ଡାରେ ଚୋରି ଭଳି କଣ୍ଟାବାଞ୍ଜି ସହରରେ ଲଗାତାର ଭାବେ ଚୋରି ଡକାୟତି ଲୁଟମାର ହେଉଥିବା ନେଇ ଏହାର ପ୍ରତିବାଦ କରିବା ସହ ସହର ଭିତରେ କେମିତି ଏହା ଉପରେ ରୋକ ଲଗାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଚୋର ମାନେ ଅଧରାତିରେ ଘର ବାହାରୁ ଚାରିଚାକିଆ ଓ ବାଇକ ଚୋରି କରି ନେଉଛନ୍ତି , ଗାଡି ଗୁଡିକୁ ମାନଙ୍କୁ ଜାଳି ପୋଡି ଦେଉଛନ୍ତି ଏବଂ ଅନେକ ସମୟରେ ଡକାୟତି ଭଳି ଘଟଣା ଘଟାଇ ଫେରାର ମାରୁଛନ୍ତି । କଣ୍ଟାବାଞ୍ଜି ପୁଲିସର ପେଟ୍ରୋଲିଂ ସତ୍ୱେ ଏଭଳି ଘଟଣା ଘଟୁଥିବା ରୁ ପୋଲିସ ଉପରେ ସ୍ଥାନୀୟ ଲୋକଙ୍କ ବିସ୍ଵାଶ ଆଉ ନାହିଁ I ପୂର୍ବପରି କଣ୍ଟାବାଞ୍ଜି ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ଏକ ଦାୟିତ୍ୱବାନ ପୋଲିସ ଅଫିସର ଯୋଗାଇ ଦେବାପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି I ଯଦି ଆଗାମୀ ଦିନରେ ଅସାମାଜିକ କାର୍ଯ୍ୟକଳାପ ବନ୍ଦ ନ ହୁଏ ତେବେ ଉପରିସ୍ଥ ଅଧିକାରୀ ଙ୍କୁ ଏକ ଦାବି ପତ୍ର ମଧ୍ୟ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା । ଅନ୍ୟ ପକ୍ଷରେ ସୋସିଏଲ ମିଡ଼ିଆ ତଥା ଅନଲାଇନ ମାଧ୍ୟମରେ ମୋବାଇଲ ଭିଡିଓରେ ଯୁବ ପିଢ଼ି ଙ୍କୁ ବୋକା ବନାଇ ଟଙ୍କା ଠକେଇ ହେଉଥିବା ଅଭିଯୋଗ ମଧ୍ୟ ସାମ୍ନା କୁ ଆସିଛି I ଏ ଦିଗରେ ମଧ୍ୟ ଜିଲ୍ଲା ପୁଲିସ ଏବଂ ସାଇବର ସେଲ ଦୃଷ୍ଟି ଦେବା କଥା ବୋଲି ସଂଘର ସଦସ୍ୟ ମାନେ ମତ ଦେଇଥିଲେ । ଆଜିର ଏହି ବୈଠକରେ କୈଳାଶ ଅଗ୍ରୱାଲ, ଅନିଲ ଅଗ୍ରୱାଲ, କୁନୁରାମ ଅଗ୍ରୱାଲ, ସୁଶୀଲ ଝରବହାଲିଆ, ଲଳିତ ଅଗ୍ରୱାଲ, ସୁରେଶ ଆର୍ଯ୍ୟା, ଅରୁଣ ଜୈନ, କୈଳାଶ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ମନୀଷ ଅଗ୍ରୱାଲ ତଥା ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles