ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଅବସରରେ ଦେଶରେ ଚାଲିଥିବା ଆଜାଦି କି ଅମୃତ ମହୋତ୍ସବ I ଏହି ପରିପ୍ରେକ୍ଷୀରେ ବରଗଡ ଠାରେ ବିକାଶ ଗୃପ ପକ୍ଷରୁ ୧ କିଲୋମିଟର ଲମ୍ବର ଜାତୀୟ ପତାକା ସହ ତ୍ରିରଙ୍ଗା ଶୋଭାଯାତ୍ରା ବାହାର କରାଯାଇଥିଲା I ଆଜି ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଉପଲକ୍ଷେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ନେଇ ଏହି ଶୋଭାଯାତ୍ରା ବରଗଡ଼ ଲେଙ୍ଗୁ ମିଶ୍ର ଛକଠାରୁ ଆରମ୍ଭ ହୋଇ ବରାହାଗୋଡା ପର୍ଯ୍ୟନ୍ତ ପହଞ୍ଚିଥିଲା ଯେଉଁଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଏଥିରେ ବିକାଶ ଶିକ୍ଷାନୁଷ୍ଠାନ ସମୁହର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଲେଙ୍ଗୁ ମିଶ୍ର ଛକ, ଥାନା ଛକ, ଗୌରପଡା ଛକ, କଚେରି ଛକ ଏବଂ ଘରୋଇ ବସ୍ଷ୍ଟାଣ୍ଡ ଛକଠାରେ ଦେଶାତ୍ମବୋଧକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ଏହି ଜାତୀୟ ପତାକାର ଲମ୍ବ ୧ କିମି ରହିଥିବା ବେଳେ ଏହାର ଚଉଡା ୯ ଫୁଟ ରହିଛି । କାର୍ଯ୍ୟକ୍ରମରେ ଜ଼ୀଲ୍ଲାର ପ୍ରାୟ ସମସ୍ତ ସାମାଜିକ ସଙ୍ଗଠନ,ସଚେତନ ନାଗରିକ,ସମାଜସେବୀ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସଂନ ଆଚାର୍ଯ୍ୟ, ବିକାଶ ଶିକ୍ଷାନୁଷ୍ଠାନ ସମୁହର ମୁଖ୍ୟ ଡି. ମୁରଲୀ କ୍ରୀଷ୍ଣା ,ଏକ୍ସସିକ୍ୟୁଟିଭ ନିର୍ଦ୍ଦେଶକ ଡି ନାଗେଶ୍ଵର ରାଓ,ପ୍ରମୁଖ ଉପସ୍ଥିତ ରହି ପ୍ରବଳ ବର୍ଷା ସତ୍ବେ ଭିଜି ଭିଜି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।