Friday, November 15, 2024

ଖୋର୍ଦ୍ଧା ରେଲୱେ ଲାଇନ ସଂଘର୍ଷ କମିଟିର ବୈଠକ ସୋନପୁରରେ ଅନୁଷ୍ଠିତ

ବଲାଙ୍ଗୀର- ଖୋର୍ଦ୍ଧା ରେଲୱେ ଲାଇନ ସଂଘର୍ଷ କମିଟିର ବଲାଙ୍ଗୀର ଜିଲ୍ଲାର ସଦସ୍ୟ, ବଲାଙ୍ଗୀର ଓକିଲ ସଂଘର କାର୍ଯ୍ୟକର୍ତା ଏବଂ ସୋନପୁର ର ବରିଷ୍ଠ ବ୍ୟକ୍ତିତ୍ବ ଓ ଖୋର୍ଦ୍ଧା- ବଲାଙ୍ଗୀର ଆନ୍ଦୋଳନରେ ଜଡ଼ିତ ଥିବା କାର୍ଯ୍ୟକର୍ତାଙ୍କ ଏକ ବୈଠକ ସୋନପୁର ରେ ଥିବା ହୋଟେଲ ଗ୍ରୀନ ପାର୍କ ରେ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର- ଖୋର୍ଦ୍ଧା ରେଳପଥର ନିର୍ମାଣ କାର୍ଯ୍ୟ ପାଇଁ ଶହ ଶହ କୋଟି ଟଙ୍କାର ଅନୁଦାନ ଆସୁଥିବା ବେଳେ ଆଖିଦୃଶିଆ ଖର୍ଚ୍ଚ ହେଉନଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ବଲାଙ୍ଗୀର ଠାରୁ ବିଛୁପାଲି ପର୍ଯ୍ୟନ୍ତ କାର୍ଯ୍ୟ ସରିଥିବା ବେଳେ ସେପଟେ ନୂଆଗାଁ ପର୍ଯ୍ୟନ୍ତ କାମ ସରିଛି। ତେବେ ମୁଖ୍ୟତଃ ଖୋର୍ଦ୍ଧା ବଲାଙ୍ଗୀର ଭିତରେ ପାଞ୍ଚଗୋଟି ବଡ଼ ବଡ଼ ନଦୀପୋଲ ଓ ଜଙ୍ଗଲ ପାହାଡ଼ ମଧ୍ୟରେ ଏକାଧିକ ଟନେଲ ପଡ଼ୁଥିବାରୁ ଏଭଳି ନିର୍ମାଣ କାମ ଚାଲିଲେ ୫୦ ବର୍ଷ ପର୍ଯ୍ୟନ୍ତ କାମ ସରିପାରିବ ନାହିଁ ବୋଲି କର୍ମକର୍ତ୍ତା ମତ ଦେଇଥିଲେ । ତେବେ ଆଗାମୀ ୨୮ ତାରିଖରେ ଏହି ରେଳପଥର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ପୁଣି ଏକ ବୈଠକ ଅନୁଷ୍ଠିତ କରିବାକୁ ସ୍ଥିର କରାଯାଇଥିବା ଜଣାପଡିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles